ବଦଳିବ କ୍ୟାପିଟାଲ ହସ୍ପିଟାଲର ନକ୍ସା, ରାତିରେ ଅଚାନକ ପହଞ୍ଚି ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ
1 min readରାତିରେ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ | ଚିକିତ୍ସା ବ୍ୟବସ୍ଥାର ତଦାରଖ ସହ ରୋଗୀଙ୍କ ଭଲମନ୍ଦ ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଅସ୍ଥାୟୀ କର୍ମଚାରୀଙ୍କ ସହ ଆଲୋଚନା କଲେ |
ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଛନ୍ତି | ହସ୍ପିଟାଲ ଦେଖିବା ସହ ଚିକିତ୍ସା କିପରି ଚାଲିଛି ତାର କରିଛନ୍ତି ତଦାରଖ | ରୋଗୀମାନଙ୍କ ଯତ୍ନ କିପରି ନିଆଯାଉଛି ତାହା ପଚାରି ବୁଝିଛନ୍ତି ମୋହନ ମାଝୀ | ରୋଗୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ସହ ରହିବା, ଖାଇବା ସୁବିଧା ସମ୍ପର୍କରେ ମୁଖ୍ୟମନ୍ତ୍ରୀପଚାରି ବୁଝିଥିଲେ |
ଏହାସହ ହସ୍ପିଟାଲର ପରିମଳ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ | କୟାପୀତଲ ହସ୍ପିଟାଲର ଆହୁରି ଆଧୁନୀକରଣ କରାଯାଇ ରୋଗୀମାନଙ୍କ ଆହୁରି ଅଧିକ ସୁବିଧା ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ | ରୋଗୀମାନଙ୍କ ଉନ୍ନତିକରଣ ଚିକିତ୍ସା ଅର୍ଥାତ ଡାକ୍ତର ଏବଂ କାମଚାରୀମାନେ ରୋଗୀମାନଙ୍କୁ ନେଇ ସମ୍ବେଦନଶୀଳ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ | ତେବେ ହସ୍ପିଟାଲରେ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ଉପସ୍ଥିତ ଥିଲେ |
ଏହି ଅବସରରେ ଅସ୍ଥାୟୀ କର୍ମଚାରୀ ମାନଙ୍କ ସହ ଆଲୋଚନା କରି ସେମାନଙ୍କ ପ୍ରାପ୍ୟ ପାଉଣା ବିଷୟରେ ପଚାରି ବୁଝିଥିଲେ | ନୂଆ ବର୍ଦ୍ଧିତ ମଜୁରୀ ମିଳିବା ପରେ ସେମାନଙ୍କର ପ୍ରାପ୍ୟ ବୃଦ୍ଧି ପାଇବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ | ରୋଗୀମାନଙ୍କ ସେବା କରି ନିଷ୍ଠାର ସହ ଦାୟିତ୍ୱ ତୁଳାଉଥିବାରୁ ସେମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ |