Pratidin TV

Odisha's Digital News Platform

ଶ୍ରୀମନ୍ଦିର ସେବାୟତଙ୍କୁ ମୁଠାଏ ଚାଉଳ ଗୋଟିଏ ଗୁଆ ଦେଇ ନିମନ୍ତ୍ରଣ ରକ୍ଷା କଲେ ମୁଖ୍ୟମନ୍ତ୍ରୀ ….

1 min read

ଭୁବନେଶ୍ୱର ; ଆଜି ବିଜୁ ଜନତା ଦଳର ୨୭ ବର୍ଷ ପୂର୍ତ୍ତି ସହ ନବୀନ ନିବାସରେ ପଡିଲା ଶ୍ରୀମନ୍ଦିର ସେବାୟତଙ୍କ ପାଦ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ଉତ୍ସବର ନିମନ୍ତ୍ରଣ ପତ୍ର ନେଇ ଆଜି ନବୀନ ନିବାସରେ ପହଞ୍ଚିଥିଲେ ପୁରୀ ସେବାୟତ । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କଲେ ସେବାୟତ । ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ ରକ୍ଷା କରିବା ସହ ଏହି ଭବ୍ୟ ଉତ୍ ସବରେ ସାମିଲ ହେବାକୁ ସମ୍ମତି ପ୍ରକାଶ କରିବା ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମୁଠାଏ ଚାଉଳ ଓ ଗୁଆ ଦେଇଛନ୍ତି । ଏ କାମ ମହାପ୍ରଭୁଙ୍କ କାମ ପୁରୀ ବାସୀଙ୍କ କାମ. ସେବାୟତ ବନ୍ଧୁ ମାନଙ୍କ କାମ. ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ନିମନ୍ତ୍ରଣ କରିବାକୁ ଯାଇଥିବା ସେବାୟତ କହିଛନ୍ତି, ପରିକ୍ରମା ପ୍ରକଳ୍ପ ହାତକୁ ନେଇ ଇତିହାସ ରଚିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକଙ୍କ ନା ଇତିହାସରେ ଲିପିବଦ୍ଧ ହେବ।” ଜଗନ୍ନାଥଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଅଛି ବୋଲି ମତଦେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରିଥିଲେ । ଆପଣଙ୍କ ନିର୍ଦ୍ଦେଶରେ 5T ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ ଦିନରାତି ପରିଶ୍ରମ କରି ବହୁତ ଭଲ କାମ କରୁଛନ୍ତି। ସାରା ଓଡିଶାର ରୂପରେଖରେ ପରିବର୍ତ୍ତନ ଆଣିଛନ୍ତି ବୋଲି ସେମାନେ ଆନନ୍ଦର ସହ ମତବ୍ୟକ୍ତ କରିଥିଲେ ।

Advertisement

ଏହା ସହ ସେବାୟତ ଆଉ ମଦ୍ୟ କହିଛନ୍ତି ଯେ ପ୍ରତ୍ୟକ ଓଡିଶା ବାସୀ ମୁଠାଏ ଚାଉଳ ଓ ଗୋଟିଏ ଗୁଆ ଶ୍ରୀମନ୍ଦିର ପ୍ରଶାସନକୁ ଦିଅନ୍ତୁ । ଆହୁତୀ ସମୟରେ ଏହା ଦିଆଯିବ । ଯାହାଦ୍ୱାରା ଆପଣଙ୍କ ପରିବାର ଉପରେ ପ୍ରଭୁ ଜଗନ୍ନାଥ ଆର୍ଶୀବାଦ୍ ରହିବ ।

ସେବାୟତ ମାନଙ୍କ ସହିତ ଆଲୋଚନା କରି 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କହିଲେ ଯେ ପରିକ୍ରମା ପ୍ରକଳ୍ପ ସମ୍ଭବ ହୋଇପାରିଛି ପୁରୀ ବାସୀଙ୍କ ତ୍ୟାଗ ଯୋଗୁଁ. ସେବାୟତମାନଙ୍କ ତ୍ୟାଗ ଯୋଗୁ. ଆପଣମାନଙ୍କ ଅତୁଳନୀୟ ତ୍ୟାଗ ସବୁଦିନ ପାଇଁ ସମସ୍ତେ ଶ୍ରଦ୍ଧା ର ସହ ମନେରଖିବେ ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ . ପରିକ୍ରମା ପ୍ରକଳ୍ପ କାମ ସମୟରେ ଅନେକ ବାର ବହୁତ ଅସୁବିଧା କିପରି ମହାପ୍ରଭୁଙ୍କ ଆଶୀର୍ବାଦରେ ଦୂର ହୋଇଛି ଏବଂ କାମ ସବୁ ଭଲ ଭାବରେ ଆଗେଇ ଚାଲିଥିଲା, ସେ ବିଷୟରେ ଶ୍ରୀ ପାଣ୍ଡିଆନ ନିଜ ବ୍ୟକ୍ତିଗତ ଅନୁଭୂତି ବର୍ଣ୍ଣନା କରିଥିଲେ ।

       ପୁରୀ ସହରର ବିକାଶ ପାଇଁ  ତଥା ସେବାୟତ ମାନଙ୍କ କଲ୍ୟାଣ ପାଇଁ ଯାହାକିଛି ଆବଶ୍ୟକ, ମୁଖ୍ୟମନ୍ତ୍ରୀ ସବୁକିଛି କରିବେ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ସବୁ ସେବାୟତ ମାନଙ୍କୁ ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଆଜିଠୁ ସର୍ବମୋଟ୍ ୩୦ଟ ିଟିମ୍ ନିମନ୍ତ୍ରଣ ବାଣ୍ଟିବ । ସେମାନଙ୍କ ମଧ୍ୟରୁ ୧୩ଟି ଟିମ୍ ଓଡିଶା ଭିତରେ ଆଉ ୧୭ଟି ଟିମ୍ ଓଡିଶା ବାହାରେ ନିମନ୍ତ୍ରଣ ପତ୍ର ବାଣ୍ଟିବେ ।

Leave a Reply

Your email address will not be published. Required fields are marked *