ମନ୍ତ୍ରୀ ମାନଙ୍କ ସହ ଶପଥ ପାଠ କରି ସମ୍ବିଧାନ ଦିବସ ପାଳିଛନ୍ତି ମୁଖ୍ୟମନ୍ତ୍ରୀ
1 min readଆଜି ସମ୍ବିଧାନ ଦିବସ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ନିଜର ନେତା, ମନ୍ତ୍ରୀଙ୍କ ସାଙ୍ଗରେ ଧରି ପଦଯାତ୍ରା | ଏଜି ଛକଠୁ ଆରମ୍ଭ କରି କ୍ୟାପିଟାଲ ହସ୍ପିଟାଲ ପର୍ଯ୍ୟନ୍ତ ପଦଯାତ୍ରା କରିଛନ୍ତ୍ତି ମୁଖ୍ୟମନ୍ତ୍ରୀ | ତାଙ୍କ ସହ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ନଜର ଆସିଛନ୍ତି | ସକାଳୁ ଉଠି ଚାଲି ଚାଲି ଜନତାକୁ ସଚେତନ କରି ପଦଯାତ୍ରା ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ |
ଆଜି ହେଉଛି ସମ୍ବିଧାନ ଦିବସ |ପ୍ରତିବର୍ଷ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଉଛି | ୧୯୪୯ ନଭେମ୍ବର ୨୬ ତାରିଖରେ ଭାରତୀୟ ସମ୍ବିଧାନ ଗୃହିତ ହୋଇଥିଲା । ୧୯୫୦ ଜାନୁଆରୀ ୨୬ରେ ଏହା କାର୍ଯ୍ୟକାରୀ ହୋଇଥିଲା । ବିଶ୍ବର ବିଭିନ୍ନ ରାଷ୍ଟ୍ରର ସମ୍ବିଧାନର କେତେକ ଅଂଶ ଭାରତୀୟ ସମ୍ବିଧାନରେ ସାମିଲ କରାଯାଇ ଏକ ବୃହତ ସମ୍ବିଧାନ ପ୍ରସ୍ତୁତ କରାଯାଇଥିଲା ।
ତେବେ ଏହି ଅବସରରେ ରାଜଧାନୀ ଭୁବନେଶ୍ୱରରେ ପାଳିତ ହୋଇଛି ସମ୍ବିଧାନ ଦିବସ | ତେବେ ଏହି ଅବସାରରେର ରାଜ୍ୟବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ସେ କହିଛନ୍ତି, ଆଜି ଆମ ପାଇଁ ଏକ ମହାନ ଦିନ ଅଟେ |