Pratidin TV

Odisha's Digital News Platform

ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ , ରାଜ୍ୟ ବୁଲିବେ ସଚିବ ଓ ବରିଷ୍ଠ ଅଧିକାରୀ ..

ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ ରାଜ୍ୟର ୩୦ ଜିଲ୍ଲା ବୁଲିବେ ସଚିବ ଓ ବରିଷ୍ଠ ଅଧିକାରୀ। ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ସଚିବ ଓ ବରିଷ୍ଠ ଅଧିକାରୀ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ସରକାରୀ ଯୋଜନାର ତଦାରଖ କରିବେ।

ଜିଲ୍ଲା ଗସ୍ତ ସମୟରେ ମେଡିକାଲରେ ରୋଗୀଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ବୁଝିବା ସହିତ ଅଙ୍ଗନବାଡ଼ି କର୍ମୀଙ୍କୁ ଭେଟିବେ ଅଧିକାରୀ। ସେହିପରି ଆହାର କେନ୍ଦ୍ର, ଛାତ୍ରାବାସ, ସ୍କୁଲର ମଧ୍ୟାହ୍ନ ଭୋଜନ ଯାଞ୍ଚ କରିବେ। ଆକାଂକ୍ଷୀ ଜିଲ୍ଲା ମଧ୍ୟ ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ। ଅଧିକାରୀମାନେ ପ୍ରତି ମାସରେ ନିର୍ଦ୍ଧାରିତ ଜିଲ୍ଲାକୁ ନିୟମିତ ଗସ୍ତ କରିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ଖୁବ୍‌ଶୀଘ୍ର ପୋର୍ଟାଲ କରାଯାଇ ପରିଦର୍ଶନ ରିପୋର୍ଟ ଅପଲୋଡ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। କେଉଁ ଅଧିକାରୀ କେଉଁ ଜିଲ୍ଲାକୁ ଯିବେ ତାର ତାଲିକା ମଧ୍ୟ ଜାରି କରିଛି ବିଭାଗ।

Leave a Reply

Your email address will not be published. Required fields are marked *