Pratidin TV

Odisha's Digital News Platform

ପଶ୍ଚିମ ଓଡିଶା ପାଇଁ ମା ସମଲେଇଙ୍କୁ ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ , ତଳେ ବସି ଖାଇଲେ ନବାନ୍ନ ।

ଆଜି ସମ୍ବଲପୁରରେ ପହଞ୍ଚି ମା ସମଲେଇଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେବଳ ମୁଖ୍ୟମନ୍ତ୍ରୀ କାହିଁକି ସାଙ୍ଗରେ ଥିଲେ ଧର୍ମପତ୍ନୀ ଆଉ କେନ୍ଦ୍ରମନ୍ତ୍ରୀ ତଥା ସମ୍ଭଲପୁରର ସାଂସଦ ଧମେନ୍ଦ୍ର ପ୍ରଧାନ ଏବଂ ରେଭିନ୍ୟୁ ମିନିଷ୍ଟର ସୁରେଶ ପୂଜାରୀ , କୁଚିଣ୍ଡା ବିଧାୟକଙ୍କ ସହ ସମ୍ବଲପୁୁରର ବରିଷ୍ଠନେତା ଇତ୍ୟାଦି ମିଶି ମାଙ୍କ ଦର୍ଶନ କରିଥିଲେ । ଆଉ ଭାବ,ସଂସ୍କୃତି ,ପରମ୍ପରାକୁ ଯୋଡି ରଖିବାର ମହତ୍ୱକୁ ବୁଝାଇ ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତେ ତଳେ ବସି ମାଙ୍କ ନବାନ୍ନ ଖାଇଥିଲେ । ଯାହାର ଦୃଶ୍ୟ ଓଡିଶା ବାସୀ ଖାସ୍ କରି ପଶ୍ଚିମ ଓଡିଶାବାସୀଙ୍କ ମନକୁ ଛୁଇଁଛି ।

Leave a Reply

Your email address will not be published. Required fields are marked *