Pratidin TV

Odisha's Digital News Platform

କରଞ୍ଜିଆ ବାତ୍ୟା ସମୟରେ କାମରେ କରିଥିଲେ ଅବହେଳା; ଦରମା ବନ୍ଦ କରିଦେଲେ ମୁଖ୍ୟମନ୍ତ୍ରୀ 

1 min read

ବାତ୍ୟା ସମୟରେ ସାମାନ୍ୟ ଅନ୍ୟାୟ ମଧ୍ୟ ସହିପାରୁ ନାହାନ୍ତି ମୁଖ୍ୟମନ୍ତ୍ରୀ | ପୂର୍ବରୁ ୪ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ବର୍ତ୍ତମାନ ୩୨ ଜଣ ଶିକ୍ଷକଙ୍କ ଗୋଟିଏ ଦିନର ଦରମା କଲେ ବନ୍ଦ | ଓଡ଼ିଶାରେ ବାତ୍ୟାକୁ ନେଇ ପ୍ରଭାବିତ ହୋଇଥିବା ଲୋକମାନଙ୍କ ଚିନ୍ତାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦିନ ରାତି କଟିଯାଉଥିବା ବେଳେ ଘନ ଘନ କରୁଛନ୍ତି ସ୍ଥିତି ଅନୁଧ୍ୟାନ | କେତେବେଳେ ଆକାଶ ମାର୍ଗରୁ ତ କେତେବେଳେ ଗ୍ରାଉଣ୍ଡ ଜିରୋରେ ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚି ସୁବିଧା ଅସୁବିଧା କଥା ପଚାରି ବୁଝିବା ସହ କ୍ଷତି ର ଆକଳନ ରିପୋର୍ଟ ପାଇଁ ଦେଉଛନ୍ତି ନିର୍ଦ୍ଦେଶ |

ଅନ୍ୟପଟେ ଏହି ବାତ୍ୟା ସମୟରେ କୌଣସି ଅଧିକାରୀ ସାମାନ୍ୟ କାର୍ଯ୍ୟ ଅବହେଳା କଲେ ନେଉଛନ୍ତି କାର୍ଯ୍ୟାନୁଷ୍ଠାନ | ଯେଉଁ କାରଣ ପାଇଁ ବାତ୍ୟା ସମୟରେ କରଞ୍ଜିଆରେ ୩୨ ଜଣ ଶିକ୍ଷକ କାର୍ଯ୍ୟରେ ଅବହେଳା କରିବା କାରଣରୁ ସେମାନଙ୍କର ଗୋଟିଏ ଦିନର ଦରମା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ | ତେବେ କେବଳ ସେତିକି ନୁହେଁ ଏହା ପୂର୍ବରୁ ମଧ୍ୟ ବାତ୍ୟା ଦାନା ସମୟରେ ୪ ଜଣ ସରକାରୀ କର୍ମଚାରୀ ନିଲମ୍ବିତ ହୋଇଥିଲେ |

Advertisement

Leave a Reply

Your email address will not be published. Required fields are marked *