Pratidin TV

Odisha's Digital News Platform

ଦିବ୍ୟାଙ୍ଗଙ୍କୁ ପାଣି ପିଆଇ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

1 min read

ଦୀର୍ଘ ୨୪ ବର୍ଷ ପରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି ସାଧାରଣ ଜନତା | ଯେଉଁ ମୁଖ୍ୟମନ୍ତ୍ରୀଙ୍କ ସାମାନ୍ୟ ଝଲକ ପାଇଁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡୁଥିଲା କିନ୍ତୁ ବର୍ତ୍ତମାନ ନୂଆ ମୁଖ୍ୟମନ୍ତ୍ରିଇ ମୋହନ ଚରଣ ମାଝୀଙ୍କୁ ଅତ୍ୟନ୍ତ ସହଜ ହୋଇଯାଇଛି | ସାଧାରଣ ଜନତା ନୂଆ ମୁଖ୍ୟମନ୍ତ୍ରୀଙ୍କୁ ରାଜଭବନରେ ଭେଟି ନିଜର ସୁବିଧା ଅସୁବିଧା ବିଷୟରେ ଅବଗତ କରାଉଛନ୍ତି | ଏହାସହ ବିଶ୍ୱାସ ମଧ୍ୟ ରଖୁଛନ୍ତି ଯେ ମୋହନ ସରକାର ତାଙ୍କ ସସମସ୍ୟର ସମାଧାନ କରିବେ | ଏହି ପରିପ୍ରେକ୍ଷୀରେ ଜଣେ ଦିବ୍ୟାଙ୍ଗ ହଠାତ ମୁଖ୍ୟମନ୍ତ୍ରୀ ପାଖକୁ ଯାଇଥିଲେ ତାହା ପୁଣି ବିନା କଟକଣାରେ |

ସାଧାରଣ ଲୋକେ ଲାଇନରେ ଯାଉଥିବା ସମୟରେ ଜଣେ ଦିବ୍ୟାଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁବାକୁ ଚାଲି ଯାଇଥିଲେ | କିନ୍ତୁ ହଠାତ ମୁଖ୍ୟମନ୍ତ୍ରୀ ତାଙ୍କ ହାତ ଟେକି ନେଇ ତାଙ୍କୁ ଧରି ପକାଇଥିଲେ | ଆଉ ଶୁଣିଥିଲେ ତାଙ୍କ ମନରେ ଥିବା ସମସ୍ତ ପ୍ରକାର ଅଭିଯୋଗ | ଶେଷରେ ନିଜ ହାତରେ ଗ୍ଲାସ ଧରି ଦିବ୍ୟାଙ୍ଗଙ୍କୁ ପାଣି ପିଆଇଥିଲେ | ତେବେ ଏହି ଘଟଣା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ସହ ନୂଆ ମୁଖ୍ୟମନ୍ତ୍ରୀଙ୍କୁ କରାଯାଉଛି ବେଶ ପ୍ରଶଂସା | ଏହାସହ ଜନସାଧାରଣ ଆଶା ରଖିଛନ୍ତି ଯେଉଁ ସବୁ ଜିନିଷ ଦୀର୍ଘ ୨୪ ବର୍ଷ ମଧ୍ୟରେ ହୋଇନାହିଁ ତାହା ବର୍ତ୍ତମାନ ହେବ |

Advertisement

Leave a Reply

Your email address will not be published. Required fields are marked *