ତିନିଦିନିଆ ସିଙ୍ଗାପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ..
1 min readମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସନ୍ତା ୧୮ତାରିଖରୁ ତିନିଦିନିଆ ସିଙ୍ଗାପୁର ଗସ୍ତରେ ଯିବେ । ସେଠାରେ ଆୟୋଜନ ହେବାକୁ ଥିବା ରୋଡ୍ ସୋ’ରେ ଯୋଗ ଦେବା ସହ ନିବେଶକଙ୍କ ସହ ଆଲୋଚନା କରିବେ । ଆସନ୍ତା ଜାନୁଆରି, ୨୦୨୫ରେ ଭୁବନେଶ୍ବରରେ ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଆୟୋଜନ ହେବାକୁ ଥିବାବେଳେ ଏଥିରେ ଯୋଗ ଦେବାକୁ ସେ ବିଶ୍ବର କେତେକ ବଡ଼ ଶିଳ୍ପପତିଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।
ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଏଥରର ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ରେ ଯେପରି ଅଧିକ କମ୍ପାନି ଯୋଗଦେବେ ଏବଂ ଅଧିକ ପୁଞ୍ଜିନିବେଶ କରିବେ ସେନେଇ ମୁଖ୍ୟମନ୍ତ୍ରୀ ନିଜେ ପୁଞ୍ଜିପତିମାନଙ୍କୁ ସିଧାସଳଖ ଭେଟୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ବିଦେଶ ଗସ୍ତ ସମୟରେ ତାଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ମୁଖ୍ୟ ସଚିବ ମନୋଜ ଆହୁଜା, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଏବଂ କେତେକ ବରିଷ୍ଠ ଅଧିକାରୀ ଯିବେ ବୋଲି ଜଣାପଡ଼ିଛି।