ଗାଁ କୁ ଯାଇ ଜନ୍ମମାଟିରେ ଦୀପାବଳି ପାଳନ କରିବେ ମୁଖ୍ୟମନ୍ତ୍ରୀ..
1 min readଜନ୍ମମାଟିରେ ଦୀପାବଳି ପାଳନ କରିବେ ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରଠାରୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ। ଗାଁରେ ପରିବାର ଏବଂ ଗାଁ ଲୋକଙ୍କ ଗହଣରେ ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଦୀପାବଳି ପାଳନ କରିବେ। ଦୀପାବଳିରେ ଆଦିବାସୀମାନେ ସୋହରାଇ ପୂଜା କରିଥାନ୍ତି ।
ମୁଖ୍ୟମନ୍ତ୍ରୀ ଗାଁରେ ଦୀପାବଳି ଅବସରରେ ଏହି ପୂଜାରେ ସାମିଲ ହେବେ ।ଏହାସହିତ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମସ୍ତଙ୍କ ଜୀବନରେ ଅଜ୍ଞାନ ଓ ଦୁଃଖର ଅନ୍ଧକାର ଦୂର ହେଉ । ଜ୍ଞାନ ଓ ସମୃଦ୍ଧିର ଆଲୋକ ବିଚ୍ଛୁରିତ ହେଉ। ବିକଶିତ ଓଡ଼ିଶା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇ କାମ କରିବା । ଓଡ଼ିଶାର ଗୌରବକୁ ନୂତନ ଶିଖରରେ ପହଞ୍ଚାଇବା।ଏହା ସହିତ ମୁଖ୍ୟମନ୍ତ୍ରୀ ଲୌହମାନବ, ଭାରତ ରତ୍ନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।