Pratidin TV

Odisha's Digital News Platform

ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଅଟକିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର୍, ସଡକ ପଥରେ ଫେରିବେ ରାଜଧାନୀ

1 min read

କେନ୍ଦୁଝର ; ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଉଡ଼ିପାରିଲା ନାହିଁ ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର୍ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କର ମୟୁରଭଞ୍ଜ ଜିଲ୍ଲା ଗସ୍ତ ହୋଇଛି । ସଡ଼କ ପଥରେ ଭୁବନେଶ୍ଵର ଫେରିଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଆଜି କେନ୍ଦୁଝର ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କର ୩ ଦିନିଆ ଗସ୍ତ କାର୍ଯ୍ୟକ୍ରମ ର ଶେଷ ଦିନ ଥିବା ବେଳେ, ରାଇସୁଆଁ Air Strip ରୁ ମୁଖ୍ୟମନ୍ତ୍ରୀ ହେଲିକେପ୍ଟର୍ ଯୋଗେ ବାରିପଦା ଯିବାର କାର୍ଯ୍ୟକ୍ରମ ଥିଲା । ହେଲେ, ହେଲିକ୍ୟାପ୍ଟର୍ ରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେବାରୁ ମୁଖ୍ୟମନ୍ତ୍ରୀ ବାରିପଦା ଯାଇପାରି ନଥିଲେ । ସଡ଼କ ପଥରେ ମୁଖ୍ୟମନ୍ତ୍ରୀ ଫେରିବେ ବୋଲି ସୂଚନା ମିଳିଛି ।

Advertisement

Leave a Reply

Your email address will not be published. Required fields are marked *