Pratidin TV

Odisha's Digital News Platform

୬୫ ବର୍ଷ ପରେ ପୁଣି ବିଭାଘର କରାଇଲେ ପିଲାମାନେ

1 min read

କେନ୍ଦ୍ରାପଡା : ଆଜିର ଏହି ସ୍ୱାର୍ଥପର ଦୁନିଆରେ ବାପା,ମା ବୃଦ୍ଧା ହେବା ପରେ ପିଲାମାନଙ୍କ ଅତ୍ୟାଚାରରେ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ଅନେକ ବାପା ମା କିଛି ନହେଲେ ନିଜର ସ୍ୱାର୍ଥପରତା ପାଇଁ ବୃଦ୍ଧ ବାପାମାଙ୍କୁ ବୃଦ୍ଧା ଆଶ୍ରମରେ ଛାଡିଦେବା କିଛି ନୂଆ କଥା ନୁହେଁ । ଏହି ସବୁଠାରୁ ଦୂରରେ ରହି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଆଳି ବ୍ଲକ ନରେନ୍ଦ୍ରପୁର ପଚାଂୟତ କଅଁଳପୁର ଗ୍ରାମର ବଳ ପରିବାରରେ ।

୯୦ ବର୍ଷ ବୟସର ଶେଷ ପାହାଚରେ ପାଦ ଥାପିଥିବା ବାପା ମାଙ୍କର ୬୫ତମ ବିବାହ ଉତ୍ସବ ପାଳନ କରି ସମାଜରେ ଆଗାମି ପିଢିକୁ ଦିଗଦର୍ଶନ ଦେଇଛନ୍ତି ବଳ ପରିବାର । ବଳ ପରିବାରଙ୍କ କହିବା ମୁତାବକ ୧୯୫୭ ମସିହାରେ ପଟ୍ଟାମୁଣ୍ଡାଇ ଅଚଂଳର ଖଡିପାଳ ଗ୍ରାମର ବଂଶୀଧର ବଳଙ୍କ ପୁତ୍ର ନଟବର ବଳଙ୍କ ବିବାହ ଆଳି ବ୍ଲକର କଅଁଳପୁର ଗ୍ରାମର ନାରାୟଣଙ୍କ ପୁତ୍ରୀ ଉର୍ମୀଳାଙ୍କ ସହ ବୈଦିକ ରୀତିନୀତି ରେ ବିବାହ ହୋଇଥିଲା ନାରାୟଣଙ୍କ କୌଣସି ପୁତ୍ର ନଥିବାରୁ ନଟବର ଘରଜ୍ୱାଇଁ ଭାବେ କଅଁଳପୁର ଠାରେ ରହିଆସୁଛନ୍ତି ।ତାଙ୍କ ଦୁହିିଁଙ୍କ ବିବାହକୁ ୬୫ ବର୍ଷ ପୁରିବା ଅବସରରେ ତାଙ୍କ ପୁତ୍ର ଦେବେନ୍ଦ୍ର ବଳ,ପ୍ରମୋଦ ବଳ,ପ୍ରଦୀପ ବଳ ,ବ୍ରହ୍ମାନନ୍ଦ ବଳ ଓ ପୁତ୍ରବଧୁ ମିନତୀ ବଳ,ସୁଷମା ବଳ , ପୁଷ୍ପଲତା ବଳ ମିଶି ତାଙ୍କର କରପୁର ବାସଭବନରେ ନିଜ ବାପା ମାଙ୍କୁ ବର କନିଆଁ ବେଶରେ ସଜେଇ ଏକ ନିଆରା ପୁନଃବିବାହ କରାଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *