ଲଗାଣ ବର୍ଷାରେ ବେହାଲ୍ କଟକ ସହର , ପ୍ରଥମ ଥର ମା’ଚଣ୍ଡୀଙ୍କ ଗର୍ଭଗୃହରେ ପସିଲା ପାଣି ।
1 min readକଟକ: ତାତି ରୁ ମିଳିଛି ସାମାନ୍ୟ ଆସ୍ଵସ୍ତି । କଟକ ରେ ହୋଇଛି କାଳବୈଶାଖୀ ବର୍ଷା । ଗତକାଲି ରାତିରେ ସ୍ଲୋ’ରୁ ମଧ୍ୟମ ଧରଣ ର ବର୍ଷା ହୋଇଛି କଟକ ରେ । ଦୁଇରୁ ଅଢେଇ ଘଣ୍ଟା ଧରି ଲଗାଣ ବର୍ଷା ସାଙ୍ଗକୁ ଘଡ଼ ଘଡି ହୋଇଥିଲା । ପ୍ରଥମେ ଜୋରେ ପବନ ବୋହିବାକୁ ଲାଗିଥିଲା । ରାସ୍ତା ରେ ଅନେକ ସମୟ ଧରି ପାଣି ଜମିରହିଥିଲା ।
ଯାନ ବାହାନ ଚଳାଚଳ ରେ ବାଧା ଉପୁଜିଥିଲା । ପ୍ରଥମ ଥର କଟକ ର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ ଙ୍କ ମନ୍ଦୀର ରେ ପଶିଥିଲା ପାଣି । ମା’ଙ୍କ ଗର୍ଭଗୃହ ପଯ୍ୟନ୍ତ ପାଣି ଯାଇଥିଲା । ନିକଟରେ ଥିବା ପୁରୁଣା ଆମ୍ବ ଗଛ ମଧ୍ୟ ଭାଙ୍ଗି ଯାଇଥିଲା । ଏହା ବ୍ୟତୀତ କଟକ ସହର ର ତଳିଆ ଅଞ୍ଚଳ ଯଥା, ମେରିଆ ବଜାର, କେଶର ପୁର, ସୂତାହାଟ, ହରିପୁର, ରାଜାବଗିଚା ଆଦି ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିଲା ।