Pratidin TV

Odisha's Digital News Platform

୫୦ ହଜାର ଲାଞ୍ଚ ନେଇ ଧରାପଡିଲେ କଲେଜ ଅଧ୍ୟକ୍ଷା ।

1 min read

ଖୋର୍ଦ୍ଧା ; ଭିଜିଲାନ୍ସ ଅଧିକାରୀମାନେ ଅଧ୍ୟକ୍ଷା ବିଦ୍ୟୁତ୍‌ପ୍ରଭା ଜେନାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛନ୍ତି।୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖୋର୍ଦ୍ଧା ଜିଲ୍ଲା କେରଙ୍ଗ କଲେଜ ଅଧ୍ୟକ୍ଷା ବିଦ୍ୟୁତପ୍ରଭା ଜେନା। ସେହି କଲେଜର ସହକାରୀ ଲାଇବ୍ରେରିଆନ ଧୀରଜ ବଡ଼ଜେନାଙ୍କ ଠାରୁ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ନିଜ ଗୁରୁଜାଙ୍ଗ ସ୍ଥିତ ବାସଭବନରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବିଦ୍ୟୁତ୍‌ପ୍ରଭା ଜେନା।

ଭିଜିଲାନ୍ସ ଅଧିକାରୀମାନେ ଅଧ୍ୟକ୍ଷା ବିଦ୍ୟୁତ୍‌ପ୍ରଭା ଜେନାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଏହା ସହିତ ତାଙ୍କ ବାସଭବନ ଓ କଲେଜରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ବିଦ୍ୟୁତ୍‌ପ୍ରଭା ଜେନାଙ୍କୁ ଭିଜିଲାନ୍ସର ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟକୁ ନିଆଯାଇଛି।

Advertisement

Leave a Reply

Your email address will not be published. Required fields are marked *