Pratidin TV

Odisha's Digital News Platform

ପ୍ରତିଦିନ ବଦଳେ ତାଜମହଲର ରଙ୍ଗ ! ରହିଛି ଏପରି କାରଣ..

1 min read

The color of the Taj Mahal changes every day

ବିଶ୍ୱର ଆଶ୍ଚର୍ଯ୍ୟ କୀର୍ତ୍ତିମାନ ମଧ୍ୟରୁ ଅନ୍ୟତମ ତାଜମହଲ | ତାଜମହଲର ଗୋଟିଏ ଝଲକ ଦେଖିବା ପାଇଁ ଦେଶ ବିଦେଶରୁ ଧାଇଁ ଆସନ୍ତି ଲକ୍ଷେ ଲକ୍ଷେ ପର୍ଯ୍ୟଟକ | ଧଳା ପଥରରେ ନିର୍ମତ ତାଜମହଲର ଅପରୂପ ସୌନ୍ଦର୍ଯ୍ୟ ବିଭୋର କରିଦିଏ ଦେଖଣାହାରୀଙ୍କ ମନ | ଯମୁନା ନଦୀ କୂଳରେ ଥିବା ତାଜମହଲକୁ ନେଇ ବହୁତ କିଛି ଜଣାଯାଇଛି | ତେବେ ତାଜମହଲକୁ କୁହାଯାଏ ପ୍ରେମର ପ୍ରତୀକ | ମୋଗଲ ବାଦଶାହା ଶାହାଜାନ ତାଙ୍କ ପତ୍ନୀ ମୁମତାଜଙ୍କ ସ୍ମୃତିରେ ବଣାଇଥିଲେ ତାଜମହଲ |

ତେବେ ଶୁଣିବାକୁ ଏବଂ ଦେଖିବାକୁ ମିଳେ ଯେ ତାଜମହଲର ରଙ୍ଗ ବଦଳିଥାଏ | ପ୍ରଥମେ ଧୂସର ଓ ପରେ ହଳଦିଆ ଦିଶିଥାଏ | ଏହାପରେ ଧଳା ଦିଶିଥାଏ | ଏପରି ଭାବନା ରହିଛି ଯେ, ମୁମତାଜଙ୍କ ଭାବନା ଅନୁସାରେ ତାଜର ରଙ୍ଗ ବଦଳିଥାଏ | ତେବେ ଏହାର ରହିଛି ବହୁତ ସୁନ୍ଦର କାରଣ | ସୂର୍ଯ୍ୟଦୋୟ ଏବଂ ସୂର୍ଯ୍ୟାସ୍ତ ସମୟରେ ବଦଳିଥାଏ ରଙ୍ଗ | ତେବେ ତାହାମହଲ ଧଳା ମାର୍ବଲ ପଥରେ ନିର୍ମିତ | ତାଜ ନିର୍ମାଣରେ ଲୋହିତ ପଥର ଛଡା଼ ଶଙ୍ଖ ମଲମଲ ପଥର ସମେତ ୨0ଟି ମୂଲ୍ୟବାନ ପଥର ବ୍ୟବହାର କରଯାଇଛି | ତେବେ ଏହି ରଙ୍ଗ ପରିବର୍ତ୍ତନ ବିଷୟରେ କହିବାକୁ ଗଲେ ଯେଉଁ ରଙ୍ଗ ଆକାଶରେ ହୋଇଥାଏ | ତାଜମଲ ମଧ୍ୟ ସମାନ ରଙ୍ଗରେ ଢ଼ଳିଯାଏ ବୋଲି ଲୋକଙ୍କ ଧାରଣା |

Advertisement

ତେବେ ତାଜମହଲରେ ବ୍ୟବହାର ହେଉଥିବା ମାର୍ବଲ ହେଉଛି ସସ୍ୱଚ୍ଛ ପଥର | ଯାହା ଆଲୋକକୁ ଅବଶୋଷଣ କରି ଏହାକୁ ପ୍ରତିଫଳିତ କରିଥାଏ | ସୂର୍ଯ୍ୟ କିରଣର ବିଭିନ୍ନ କିରଣ ମାର୍ବଲରେ ପଡିଥାଏ ଯେଉଁ କାରଣରୁ ତାଜମହଲରେ ରଙ୍ଗ ପ୍ରତିଫଳିତ ହୋଇଥାଏ | ଯେଉଁ କାରଣରୁ ରଙ୍ଗ ପରିବର୍ତ୍ତିତ ହେଲା ପରି ଦେଖାଯାଇଥାଏ | ସୂର୍ଯ୍ୟଦୋୟ ଏବଂ ସୂଯ୍ୟସ୍ଥ ସମୟରେ ସୂର୍ଯ୍ୟର କିରଣ ସିଧାସଳଖ ତାଜମହଲ ଉପରେ ପଡିଥାଏ | ଏହି ସମୟରେ ଶସୁର୍ଯ୍ୟ କିରଣ ସାଧାରଣତଃ ନାଲି, କମଳା, ଗୋଲାପୀ ରଙ୍ଗର ହୋଇଥାଏ | ଯାହା ତାଜମହଲ ଉପରେ ପଡିଥାଏ, ଯାହାକୁ ମାର୍ବଲ ଦ୍ୱାରା ପ୍ରତିଫଳିତ ହୋଇଥାଏ | ଯାହାଫଳରେ ତାଜମହଲରେ ଏହି ସମୟରେ ନାଲି, ଗୋଳାଇ, କମଳାରଙ୍ଗ [ପରି ଦେଖାଯାଇଥାଏ | କେବଳ ଏତିକି ନୁହେଁ ପରିବେଶରେ ଥିବା ଧୂଳି, ଧୂଆଁ ମଧ୍ୟ ରଙ୍ଗ ଉପରେ ପ୍ରଭାବ ପକାଇଥାଏ | ଏହାସହ ଏହାର ରଙ୍ଗ ପରିବର୍ତ୍ତନ ପର୍ଯ୍ୟଟକଙ୍କ ଦର୍ଶା ଉଆଁରେ ମଧ୍ୟ ନିର୍ଭର କରେ କି, ବିଭିନ୍ନ କୋଣରୁ ବିଭିନ୍ନ ପ୍ରକାର ରଙ୍ଗ ଦେଖାଯାଇଥାଏ |

ସୂଚନା ଅନୁଯାୟୀ, ୧୬୩୧ ରେ ୧୪ ତମ ପିଲାଙ୍କୁ ଜନ୍ମ ଦେବା ବେଳେ ମୁମତାଜଙ୍କ ମୃତ୍ୟୁ ଘଟିଥିଲା | ମୁମତାଜଙ୍କ ସ୍ମୃତିରେ ୧୬୩୨ରେ ଶାହାଜାନ ଏହାର ନିର୍ମାଣ କରିଥିଲେ | ଶହ ଶହ ବର୍ଷ ଧରି ଛିଡା ହୋଇ ପିଢ଼ି ପରେ ପିଢ଼ି ଲୋକଙ୍କ ହୃଦୟରେ ରାଜ କରୁଥିବା ତାଜମହଲର କେବେ କୌଣସି କ୍ଷତି ହୋଇନାହିଁ |

Leave a Reply

Your email address will not be published. Required fields are marked *