ରାଜଧାନୀରେ ୭ ନକଲି ପୋଲିସଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ ।
1 min readରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ୭ ଜଣ ନକଲି ପୋଲିସଙ୍କୁ ବାନ୍ଧିଛି ଅସଲି ପୋଲିସ । କମିସନର ପୋଲିସ ସ୍ପେସିଆଲ କ୍ରାଇମ୍ ୟୁନିଟ ୭ ଜଣ ନକଲି ପୋଲିସ କୁ ଗିରଫ କରିଛି ।
ନିଜକୁ କେତେବେଳେ ପୁଲିସ ଅଧିକାରୀ ତ କେତେବେଳେ କ୍ରାଇମବ୍ରାଂଚ ଅଧିକାରୀ କହି ଲୋକଙ୍କ ଠାରୁ ଲୁଟୁଥିଲେ ଟଙ୍କା, ସୁନାଗହଣା । ଗତ ୩ ମାସରେ ଭୁବନେଶ୍ୱର ରେ ୧୧ ଟି ମାମଲା ରୁଜୁ ହେଇଛି । ଆଉ ଏହିସବୁ ଘଟଣା ନିଜକୁ ପୋଲିସ ଅଫିସର କହି ଠକିଛନ୍ତି ଠକ । ନିଜକୁ ପୋଲିର ପରିଚୟ ଦେଇ ମହିଳା ମାନଙ୍କୁ ଚୂନ ଲାଗଉଥିଲେ ଏହି ୪୨୦ ଚୋର । କେବଳ ଭୁବନେଶ୍ୱର ନୁହେଁ, ବାହାର ରାଜ୍ୟ ପାଇଁ ମଧ୍ୟ ଏମାନେ ଥିଲେ ମୋଷ୍ଟ ୱାଂଟେଡ । ମୁମ୍ବାଇ, ରାଂଚି, ପଶ୍ଚିମବଙ୍ଗ, ବିହାର, ଉତରପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଭଳି ରାଜ୍ୟରେ ଲୁଟ୍ କରିବାର ନୂଆ ନୂଆ ତରିକା ଆପଣାଇଥିଲା ଏହି ଗ୍ୟାଙ୍ଗ ।
ନିଜକୁ ପୋଲିସ ଅଫିସରର ପରିଚୟ ଦେଇ ସୁନ । ଏକୁଟିଆ ଯାଉଥିବା ମହିଳା ଙ୍କୁ ସୁନା ଲୁଟ୍ ହେଇଯିବ ବୋଲି କହି ବାହର କରିଦିଅନ୍ତି । ପରେ ନିଜେ ଚତୁରତାର ସହ ନେଇଯାଆନ୍ତି ।
ଏହି ୭ ଜଣ ଫ୍ରଡ୍ ସମସ୍ତେ ଇରାନରୁ ଆସି ମଧ୍ୟପ୍ରଦେଶରେ ରହୁଥିଲେ । ଏବଂ ଏମନେ ଇରାନୀ ଗ୍ୟାଙ୍ଗ୍ ନାମରେ ପରିଚିତ । ଲୁଟ୍ ପରେ ସମସ୍ତେ ଅନ୍ୟ ରାଜ୍ୟ କୁ ପଳେଇ ଯାଆନ୍ତି। ଲୁଟ୍ ଟଙ୍କା ରେ ଅଏସ ଆରାମ ବିଳାସ ପୂର୍ଣ୍ଣ ଜିବାନ ଅତିବାହିତ କରନ୍ତି । ଏମାନଙ୍କ ନାଁରେ କ୍ୟାପିଟାଲ ,ଲିଙ୍ଗରାଜ, ନୟାପଲ୍ଲୀ ଥାନାରେ ୨ ଟି ସହିଦନଗର ଖାରବେଳ ୧ ଲେଖାଏଁ ମାମଲା ରହିଛି । କମିଶନରେଟ୍ ପୋଲିସ ଏହି ନକଲ ପୋଲିସ ଗ୍ୟାଙ୍ଗ୍କୁ ଧରିବା ପରେ ୩ ଲକ୍ଷ୍ ୫୦ ହାଜର ଟଙ୍କା ,୨ ଗାଡ଼ି , ସୁନା ରୂପା , ଚଷମା, ଜେମ୍ସ ଷ୍ଟୋନ ଜବତ୍ କରିଛି ।