Pratidin TV

Odisha's Digital News Platform

ତିନ୍ ପାହାଡ଼ ଗ୍ୟାଙ୍ଗକୁ ବାନ୍ଧିଲା କମିଶନରେଟ୍ ପୋଲିସ , ୨୨ ଟି ଫୋନ ସହ ନଗଦ ୩୦ ଲକ୍ଷ ଜବତ୍ ….

ଭୁବନେଶ୍ୱର ; ଦୀର୍ଘ ଦିନରୁ ରାଜଧାନୀ ଭୁବନେଶ୍ୱରରେ ଚୋରୀ ଡକାୟତୀର ଆତଙ୍କ ଖେଳାଇଥିବା ତିନ୍ ପାହାଡ଼ ଗ୍ୟାଙ୍ଗକୁ ବାନ୍ଧିଛି କମିଶନରେଟ୍ ପୋଲିସ । ନୂଆ ବର୍ଷ ଆରମ୍ଭରେ ରାଜଧାନୀକୁ ଅପରାଧ ମୁକ୍ତ କରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ ତିନ୍ ପାହାଡ଼ ଗ୍ୟାଙ୍ଗର ୮ ଜଣ ସଦସ୍ୟଙ୍କୁ ଆଜି ବାନ୍ଧିଛି ପୋଲିସ । ତେବେ ଏହି ୮ ଅଭିଯୁକ୍ତ ସବୁ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ଜଣାପଡିଛି । ମୋ ବସ ଓ ଭୁବନେଶ୍ୱର ର ବିଭିନ୍ନ ଅଂଚଳରେ ଦୀର୍ଘ ଦିନ ଧରି ଲୁଟ କରୁଥିଲେ । ଭିନ୍ନ ଭିନ୍ନ କୌଶଳରେ ଲୁଟୁଥିଲେ ଟଙ୍କା ଓ ମୋବାଇଲ । ଆଜି ଏହି ୮ ଜଣଙ୍କୁ ଗିରଫ୍ କରିବା ପରେ ସେମାନଙ୍କ ଠାରୁ ୨୨ ଟି ଫୋନ ସହ ଏକ ଲକ୍ଷ ୩୦ ହଜାର ଟଙ୍କା ଜବତ କରାଯାଇଛି ।

ଲୋକଙ୍କୁ ଲୁଟିବା ପାଇଁ ଝାରଖଣ୍ଡ ରୁ ଭୁବନେଶ୍ୱର ଆସିଥିଲେ । ଏମାନଙ୍କ ନା ରେ ରାଜ୍ୟ ଓ ରାଜ୍ୟ ବାହାରେ ପୁଳା ପୁଳା ମାମଲା ରହିଥିବା ସହ ଗ୍ୟାଙ୍ଗର ଆହୁରୀ ସଦସ୍ୟ ବାହରେ ବୁଲୁଛନ୍ତି ବୋଲି ଜଣାପଡିଛି । ତେବେ ସେମାନଙ୍କୁ ତୁରନ୍ତ ଧରିବ ବୋଲି ଆଜି ପ୍ରେସମିଟ୍‌ରେ କହିଛି କମିଶନରେଟ୍ ପୋଲିସ ।

Leave a Reply

Your email address will not be published. Required fields are marked *