Pratidin TV

Odisha's Digital News Platform

ସୁଡ଼ଙ୍ଗ ଅଛି କି ନାହିଁ ! ସଂପୂର୍ଣ୍ଣ ଲେଜର ସ୍କାନ ହେବ ଭିତର ରତ୍ନ ଭଣ୍ଡାର ….

1 min read

ଖୋଲିଗଲା ରତ୍ନ ଭଣ୍ଡାର । ନିକଟରେ ପୁରୀ ଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାରକୁ ନେଇ ଉପୁଜିଥିବା ବିବାଦରେ ଆଜି ପଡିଛି ପୂର୍ଣ୍ଣଚ୍ଛେଦ । ଆଜି ପୂର୍ବାହ୍ନ ୯ଟା ୫୧ ମିନିଟ୍ରେ ଖୋଲିଛି ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର । ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ବାହାର କରାଯାଇ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍କୁ ନିଆଯିବ ।

ଭିତର ରତ୍ନ ଭଣ୍ଡାର ଖୋଲିବା ନିମନ୍ତେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଟେକନିକାଲ୍ ଟିମ୍ ଶ୍ରୀମନ୍ଦିର ଭିତରେ ରହିଛନ୍ତି। ଓଡ୍ରାଫ୍, ଅଗ୍ନିଶମ ଏବଂ ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ବି ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ଲାଇଟ୍, କଟର, ଜେନେରେଟର୍, ଫାୟାର୍ ମାସ୍କ, ମେଟାଲ୍ ଡିଟେକ୍ଟର ସବୁ ଭିତରକୁ ଯାଇଛି।
ଏଥିସହ ଗଜପତି ମହାରାଜ ମଧ୍ୟ ଭିତର ରତ୍ନଭଣ୍ଡାର ଭିତରକୁ ଯାଇଥିଲେ। କିଛି ସମୟ ରହିବା ପରେ ଭିତର ରତ୍ନଭଣ୍ଡାରରୁ ବାହାରି ଆସିଥିଲେ ଗଜପତି। ସେ କହିଥିଲେ, ଅସ୍ଥାୟୀ ‘ଖଟଶେଯ’ ଘରକୁ ଅଳଙ୍କାର ଗୁଡ଼ିକ ସ୍ଥାନାନ୍ତର କରାଯାଉଛି। ଆମେ ଆଶା କରୁଛୁ ମହାପ୍ରଭୁଙ୍କ କୃପାରୁ ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ସରିବ। ଗଜପତି ଆହୁରି କହିଥିଲେ,ବାହାର ଓ ଭିତର ରତ୍ନ ଭଣ୍ଡାର ମରାମତିର ଆବଶ୍ୟକ ରହିଛି। ରତ୍ନଭଣ୍ଡାର ସଂପୂର୍ଣ୍ଣ ଖାଲି ହେଲା ପରେ ଲେଜର ସ୍କାନିଂ କରାଯିବ। ରତ୍ନ ଭଣ୍ଡାର ଭିତରେ ଆଉ କିଛି ନାହିଁ ବୋଲି ସ୍ପଷ୍ଟ ହେଲା ପରେ ASIକୁ ହସ୍ତାନ୍ତର କରାଯିବ। କେଉଁ କାଳରୁ କେବେ ମରାମତି ହୋଇଥିଲା, କେହି ଜାଣନ୍ତିନି । ୧୯୭୧ରୁ ଏଏସ୍ଆଇ ଦାୟିତ୍ୱ ନେବା ପରେ ଆଦୌ ମରାମତି ହୋଇ ନାହିଁ। ମରାମତି କାର୍ଯ୍ୟ ଶେଷ ହେଲା ପରେ ଅଳଙ୍କାର ଗଣତି, ମଣତି ହେବ।

Advertisement

ଏହାପରେ ସେ ଆହୁରୀ କହିଛନ୍ତି ଯେ ରତ୍ନ ଭଣ୍ଡାରରେ ସୁଡ଼ଙ୍ଗ ଅଛି କି ନାହିଁ ? ସେଠାରେ ଗୁପ୍ତ ବାଟ ଅଛି କି ନାହିଁ ? ସେସବୁ ଭିତର ରତ୍ନ ଭଣ୍ଡାର ଖାଲି ହେବା ପରେ ଇଝଓ ଲେଜର ସ୍କାନିଂ କରିବେ। ଏହାପରେ ସେମାନେ ଆମକୁ ସୂଚନା ଦେବେ। ସବୁ ଜିନିଷ ସେତେବେଳକୁ ଜଣାପଡ଼ିଯିବ।

Leave a Reply

Your email address will not be published. Required fields are marked *