NTA ଅଫିସରେ ପଶି ତାଲା ପକାଇ କଂଗ୍ରେସ ଛାତ୍ର ସଂଗଠନ କଲେ ଆନ୍ଦୋଳନ
1 min readନିଟ ମେଡିକାଲ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲାରେ କଂଗ୍ରେସ ଛାତ୍ର ଶାଖା ବିରୋଧରେ ତେଜିଛି | ଭାରତୀୟ ଜାତୀୟ ଛାତ୍ର ସଂଘର ସଦସ୍ୟମାନେ ଗୁରୁବାର ଅର୍ଥାତ ଜୁନ ୨୭ ତାରିଖ ଦିନ ଦିଲ୍ଲୀର ନ୍ୟାସନାଲ ଟେଷ୍ଟି ଏଜେନ୍ସି (NTA )ର ମୁଖ୍ୟ କାର୍ଯ୍ୟାଳୟ ଭିତରେ ପ୍ରବେଶ କରି NTA ଅଫିସ ଭିତରୁ ବନ୍ଦ କରିଦେଇଛନ୍ତି | ପରୀକ୍ଷାରେ ଅନିୟମିତତା ବିରୋଧରେ ଛାତ୍ରଛାତ୍ରୀମାନେ ପ୍ରବଳ ବିରୋଧ ପ୍ରଦର୍ଶନ କରିଛନ୍ତି | ତେବେ NTA ଅଫିସରେ ତଳ ପକାଇବାର ଭିଡ଼ିଓ ସାମ୍ନାକୁ ଆସିଛି |
ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଛାତ୍ର କଂଗ୍ରେସର ଅନେକ ସଦସ୍ୟ ହାତରେ ଚେନ ଓ ତାଲା-ଚାବି ଧରି ଏନଟିଏ ଅଫିସରେ ବଳପୂର୍ବକ ପ୍ରବେଶ କରୁଛନ୍ତି। ସେମାନେ ଏହି ସମୟରେ ଏନଟିକୁ ବନ୍ଦ କର ଓ ଏନଟିଏ ମୁର୍ଦାବାଦ ନାରା ମଧ୍ୟ ଦେଉଛନ୍ତି। ସେମାନେ ଏକାଠି ଦୌଡ଼ାଦୌଡ଼ି ହୋଇ ଅଫିସ ଭିତରେ ପଶିବା ସହ ଏହାକୁ ଭିତରକୁ ଲକ କରି ଦେଉଥିବା ଦେଖିବାକୁ ମିଳିଛି |
ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଫିସ ବାହାରେ ରୁଣ୍ଡ ହୋଇଥିବା ଲୋକଙ୍କୁ ବିଦା ନନକାରୀ ତଳ ଖୋଲିବା ପାଇଁ କଂଗ୍ରେସ ସଂଗଠନ ସଦସ୍ୟମାନଙ୍କୁ ବୁଝାସୁଝା କରିଥିଲେ |