Pratidin TV

Odisha's Digital News Platform

ଆରମ୍ଭ ହେଲା ଅଙ୍କିତା ଓ ମେଜରଙ୍କୁ ଫସେଇ ଓ ପୋଲିସ୍ କୁ ଖସେଇବା ଷଡ଼ଯନ୍ତ୍ର!

1 min read

ରାତିରେ ଏକୁଟିଆ ଥିଲେ ଏବଂ ନିଜ ପାଇଁ ଲଢୁଥିଲେ | ସାମ୍ନାକୁ ଆସୁଛି ଅଙ୍କିତାଙ୍କ ବହୁ ଭିଡ଼ିଓ | ଯାହାକୁ ନେଇ ଲୋକେ ନୂଆ କଥା ଆଲୋଚନା କରିବା ଆରମ୍ଭ କରିବା ଆରମ୍ଭ କରିଛନ୍ତି | ତେବେ ମେଜରଙ୍କ ବାନ୍ଧବୀ କାହିଁକି ଏପରି ଯୁବଙ୍କ ସହ ଲଢୁଥିଲେ | ଏହାସହ ଅଙ୍କିତ ଏବଂ ମେଜର ମଦ୍ୟପାନ କରିଥିବା ଭିଡ଼ିଓ ମଧ୍ୟ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି ଏବଂ ଏହାରି ସହିତ ମେଁଜରଙ୍କ ବାନ୍ଧବୀଙ୍କ ଆରମ୍ଭ ହୋଇଯାଇଛି ଚରିତ୍ର ସଂହାର |

ତେବେ ପ୍ରଥମେ ଭରତପୁର ଥାନା ଭିତର ଭିଡ଼ିଓ ଭାଇରାଲ ହେବା ଆରମ୍ଭ ହୋଇଥିଲା ଯାହା ପୋଲିସ ଅଧିକାରୀଙ୍କ ଫୋନରେ ହୋଇଥିଲା ରେକର୍ଡ | ତେବେ ଏବେ ପ୍ରଶ୍ନ ହେଉଛି ଯେ ଅଙ୍କିତାଙ୍କ ଫୋନରେ ରେକର୍ଡ ହୋଇଥିବା ଭିଡ଼ିଓ ଗୁଡିକ କୁଆଡେ ଗଲା | ଏଥିସହ ଅଙ୍କିତାଙ୍କ ବାପା କହିଛନ୍ତି ତାଙ୍କ ଝିଅର ଫୋନ କୁଆଡେ ଗଲା ତାହା ଏଯାଏଁ ଜଣାପଡିନାହିଁ | କାରଣ ଫୋନଙ୍କୁ ଅଙ୍କିତାଙ୍କ ପକ୍ଷରୁ ଛଡାଇ ନିଆଯାଇଥିଲା | ତେବେ ଗତକାଲି ରାତିରୁ ଭାଇରାଲ ହେଉଛି ଆଉ ଏକ ଭିଡ଼ିଓ | ଯେଉଁଥିରେ ଅନେକ ସାରା ଯୁବକ ଅଙ୍କିତାଙ୍କ ଘେରିଛନ୍ତି , ଏବଂ ଗତକାଲି ଚନ୍ଦକା ପୋଲିସ ଦ୍ୱାରା ଗିରଫ ମଧ୍ୟ ହୋଇଛନ୍ତି | ତେବେ ଏହାରି ମଧ୍ୟରେ ପ୍ରଶ୍ନବାଚୀ ଯେ କାହିଁକି ଅଙ୍କିତାଙ୍କ ଜାଣିଶୁଣି ଦୋଷୀ କରିବା ପାଇଁ ଚକ୍ରାନ୍ତ ଚାଲିଛି | ଯେଉଁଥିରେ ନେରେଟିଭ ଅଙ୍କିତାଙ୍କ ବିପକ୍ଷ ଆଡକୁ ଗତି କଲାଣି |

Advertisement

ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିଅକୁ ମିଳୁଛି , ଅଙ୍କିତ ରାତିରେ ଏକାକୀ ଭାବରେ ଏତେ ଯୁବକଙ୍କ ସହ ଲଢ଼ୁଛନ୍ତି | ତେବେ ନିଜ ରେଷ୍ଟ୍ୟୁରାଣ୍ଟରୁ ବାହାରିବା ପରେ ନିଜ ପୁରୁଷ ବନ୍ଧୁଙ୍କ ସହ ଆସୁଥିବା ବେଳେ କିଛି ଯୁବକ ତାଙ୍କୁ ଏପରି ଅଟକାଇଥିଲେ |ତେବେ ପ୍ରଶ୍ନ ଉଠୁଛି ମଦ୍ୟପାନ କରିବା ସମସ୍ତଙ୍କର ରହିଛି ନିଜର ଅଧିକାର | ନିଜ ଗାଡ଼ିରେ ନିଜେ ବସି ଆସିଥିଲେ ଯେଉଁ କଥା ଅଙ୍କିତ ନିଜେ କହିଥିଲେ | ତେବେ କାହିଁକି ଏହି ଯୁବକ ଅଙ୍କିତାଙ୍କୁ ରାସ୍ତାରେ ରୋକି ନୈତିକ ଶିକ୍ଷା ଦେଉଥିଲେ ? ଏପରି ଭାବରେ ଆରମ୍ଭ ହୋଇଥିଲା ବଚସା | ତାଙ୍କୁ ଆକ୍ରମଣ ମଧ୍ୟ କରିଥିଲେ |

ତେବେ ଏହି ଘଟଣା ସେତେବେଳେ ବଳିଗଲା ଯେତେବେଳେ ସେ ଭରତପୁର ଥାନରେ ପହଞ୍ଚିଲେ | ତେବେ ଭରତପୁର ଥାନରେ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଥିଲା ଯେ, ସେହି ସମୟରେ ଅଙ୍କିତାଙ୍କ ବେକର ହାଡ଼ ଭାଙ୍ଗିନଥିଲା | ଏହାସହ ଦାନ୍ତ ମଧ୍ୟ ଭାଙ୍ଗି ନଥିଲା | ଭରତପୁର ଘଟଣା ପରେ ତାଙ୍କ ଦାନ୍ତ ଭାଙ୍ଗିବା ସହ ବେକାର ହାଡ ଭାଙ୍ଗି ଯାଇଥିଲା | ତେବେ ଭାରତପୁର ଥାନାରେ ନଥିଲା ସିସିଟିଭି କ୍ୟାମେରା |

ଏହାରି ମଧ୍ୟରେ ଆଉ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି | ଯେଉଁଥିରେ ୨ ଯୁବକ କଥା ହେଉଛନ୍ତି | ଏମାନେ ସେହି ଯୁବକ ଯେଉଁମାନେ ରାତିରେ ଅଙ୍କିତାଙ୍କ ସହ ବଚସା କରୁଥିଲେ | ତେବେ ଏହି ଅଡିଓରୁ ଜଣାପଡିଛି ଯେ ଯୁବକ ମାନେ ଡେରିକି ଅଛନ୍ତି | ତେବେ ଅପରପକ୍ଷେ ଭରତପୁର ଥାନା IIC ଦୀନକୃଷ୍ଣ ଜାଣିଥିଲେ ଇବବନ ଦୀନକୃଷ୍ଣଙ୍କ ଚରିତ୍ର କ’ଣ ତାହା କଟକରେ ଲାଞ୍ଚ ନେବା ସମୟରେ ଜଣାପଡିଥିଲା ଏବଂ ତାଙ୍କୁ ଏକ ଆଦର୍ଶ ପୋଲିସ ଥାନରେ ପୋଷ୍ଟିଂ କରିବା ପୋଲିସର ଖାମଖାଲି ଉପରେ ମଧ୍ୟ ପ୍ରଶ୍ନ ଉଠାଉଛି | ଅନ୍ୟପଟେ DCP ଓ CPA ବର୍ତ୍ତମାନ ତୁଣ୍ଡି ବାନ୍ଧି ବସିଛନ୍ତି | ତେବେ ଛୋଟ ଛୋଟ ଖବରରେ ପ୍ରେସମିଟ କରୁଥିବା ପୋଲିସ ଏହି ଘଟଣାରେ କିଛି କହୁନାହାନ୍ତି | ତେବେ ଏହା ପୋଲିସର ଦୁର୍ବଳତାକୁ ସୂଚିତ କରୁଛି |

ଅପରପକ୍ଷେ ଚିଫ ଜଷ୍ଟିସଙ୍କୁ ଚିଠି ଲେଖା ହୋଇଛି | ଜଣେ ଆର୍ମି ଅଫିସର ଲେଖିଛନ୍ତି କିପରି ଜଣେ ସସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କ ଅସ୍ମିତା ବିରୋଧରେ ଲେଖା ଦେଇଛି ଏବଂ ଏଯାଏଁ କାହିଁକି ନ୍ୟାୟ ଦେଇନି ତାହା ଉଲ୍ଲେଖରେ ଲେଖିଛନ୍ତି |

Leave a Reply

Your email address will not be published. Required fields are marked *