Pratidin TV

Odisha's Digital News Platform

ଗାଁରେ ପାଇଖାନା ତିଆରି କରି ତାଲା ପକାଇଦେଇଛି କଣ୍ଟ୍ରାକ୍ଟର , ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ …..

ଭଦ୍ରକ ; ସ୍ୱଚ୍ଛତା ପାଇଁ ସାରା ଭାରତ ରେ ପ୍ରଧାନମନ୍ତ୍ରୀ ଙ୍କ ନିର୍ଦେଶ ସ୍ୱଛତା କାର୍ଯ୍ୟକ୍ରମ ଚାଲୁଛି । ଏହି ସ୍ୱଚ୍ଛତା ଅଭିଯାନ ମଧ୍ୟରେ ସରକାର ପାଇଖାନା କୁ ଅତି ଗୁରୁତ୍ୱ ଦେଉଛନ୍ତି । ସେଥିପାଇଁ ସମସ୍ତ ଘର ଏବେ ପାଇଖାନା ଦିଆଯାଇଛି ।

ସରକାର ମଧ୍ୟ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି, କିନ୍ତୁ ଭଦ୍ରକ ସଲିପୁର ରେ ଦେଖିବାକୁ ମିଳିଛି ଏମିତି ଏକ ଅଭାବନୀୟ ଘଟଣା ଲୋକଙ୍କ ପାଇଁ ପାଇଖାନା ନିର୍ମାଣ ସରିଛି କିନ୍ତୁ ବ୍ୟବହାର ପାଇଁ ଦିଆଯାଉନି । ଯାହା ଫଳରେ ୩୦ ନମ୍ବର କାଉନସିଲର ଙ୍କ ସହ ସ୍ଥାନୀୟ ମହିଳା ଆଜି ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ସୂଚନା ମୁତାବକ ଉକ୍ତ ୱାର୍ଡ ରେ ଏକ ସର୍ବସାଧାରଣ ଙ୍କ ନିମନ୍ତେ ପାଇଖାନା ନିର୍ମାଣ ହୋଇଥିଲେ ମଧ୍ୟ ତାହାକୁ ବ୍ୟବହାର ପାଇଁ ଦିଆଯାଉନିା ସ୍ଥାନୀୟ ଲୋକେ ଠିକାଦାର ଙ୍କୁ ପଚାରିବାରୁ ଭଦ୍ରକ ପୌର ପାଳିକା ପାଇଖାନା ନିର୍ମାଣ ପାଇଁ ଅଟକଳ ମୂଲ୍ୟ ଅର୍ଥ ଦେଇନଥିବାରୁ ଠିକାଦାର ଚାବି ପକାଇ ରଖିଛନ୍ତି । ତେବେ ଏନେଇ ଆଜି ୱାର୍ଡ ର ପାରିଷଦ ଙ୍କ ସମେତ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *