ଜମୁଛି ଛାଡ଼ଖାଇ ବଜାରରେ ଭିଡ଼ ; ମାଛ,ମାଂସ ଆକାଶ ଛୁଆଁ ରେଟ
1 min readସରିଲା ଧର୍ମ ମାସ କାର୍ତ୍ତିକ | ଆଜି ଛାଡ଼ଖାଇ ପାଳନ କକରୁଛନ୍ତି ଓଡ଼ିଶାବାସୀ | ସକାଳୁ ସ୍ସେକକଳୁ ଆମିଷ ବଜାରରେ ବାଲିଯାତ୍ରା ପରି ଜମିଛି ଭିଡ଼ | ଦରକୁ ନ ଦେଖି ଗ୍ରାହକ କିଣି ନେଉଛନ୍ତି ମାଛ, ମାଂସ | କାର୍ତ୍ତିକ ମାସ ସାରା ଲୋକେ ଆମିଁଷ ଛାଡିଥିବା ବେଳେ ଆଜିର ଦିନକୁ ଅନେକ ବ୍ୟକ୍ତି ଚାହିଁ ରହିଥାନ୍ତି । ଦର ଯେତେ ହେଲେ ବି ଆଜି ଆମିଁଷ ଖାଇବା ସୁନିଶ୍ଚିତ, ନହେଲେ ଛାଡଖାଇର ମୂଲ୍ୟ ରହିବ ନାହିଁ ବୋଲି କିଛି ଖାଉଟି ନିଜ ପ୍ରତିକ୍ରିୟାରେ କହିଛନ୍ତି । ମାଂସ ଅଣ୍ଡା ଉପରେ ଲୋକଙ୍କ ଚାହିଦା ରହିଥିବା ସତ୍ତ୍ବେ ବି ମାଛ ମାର୍କେଟରେ ଲୋକଙ୍କ ଭିଡ । ଆଜି ସମସ୍ତଙ୍କ ଘରେ ଆମିଷ ହେବା ଏକ ପ୍ରକାର ସ୍ଥିର |
ଶନିବାର ଅର୍ଥାତ ଗତକାଲି ଥିଲା ଛାଡ଼ଖାଇ। କିନ୍ତୁ ଆଜି ଅର୍ଥାତ ରବିବାର ଆମିଷ ବଜାରରେ ଲାଗିଛି ଗ୍ରାହକଙ୍କ ଭିଡ଼। ଗତକାଲି ସଂକ୍ରାନ୍ତି ଥିବା ଯୋଗୁଁ ଲୋକ ଖାଉ ନଥିବାବେଳେ ପ୍ରକୃତ ଛାଡ଼ଖାଇ ଆଜି ପାଳନ କରୁଛନ୍ତି ଲୋକେ । ଧର୍ମମାସରେ ନିରାମିଷ ଭୋଜନ କରିଥିବା ଲୋକେ ଆଜି ଆମିଷ ବଜାରରେ ଭିଡ଼ ଜମାଇଥିବାବେଳେ ବେପାର ଧୁମ ଜମୁଛି । ଆମିଷ ମାର୍କେଟରେ ଆଜି ହିଁ ଛାଡଖାଇର ଅସଲ ଭିଡ । ମାଛ, ମଟନ, ଚିକେନ, କଙ୍କଡା, ଚିଙ୍ଗୁଡି ସବୁଠି ଲୋକଙ୍କ ଭିଡ । ଦର ଟିକେ ଉଚ୍ଚା ଥିଲେ ସୁଦ୍ଧା ସେଥିପ୍ରତି ଗ୍ରାହକଙ୍କ ଧ୍ୟାନ ନାହିଁ । ଘରକୁ ଆମିଷ ନେଇ ଛାଡଖାଇ ପାଳିବାକୁ ବଜାରରେ ଜମିଛି ଲୋକଙ୍କ ଭିଡ଼ ।
ଚାହିଦା ଅନୁସାରେ ଆଜି ଦାମ ମଧ୍ୟ ପୂର୍ବାପେକ୍ଷା ଅଧିକ ରହିଛି । ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟରେ ବାରିପଦା ଦେଶୀ ଚିକେନ କେଜିକୁ ୫୫୦ ଟଙ୍କା ଥିବାବେଳେ ବ୍ରୟଲର ୨୪୦, ମଟନ ୮୦୦, ଖଇଙ୍ଗା ମାଛ ୫୦୦, କଳା ପାମ୍ପ୍ଲେଟ ୪୫୦, ରୂପ ଚାନ୍ଦି ୨୫୦, ପାମ୍ପ୍ଲେଟ ୧ ହଜାର, ବଡ଼ ଚିଙ୍ଗୁଡ଼ି ୫୫୦ ରହିଛି । ବଡ଼ କଣ୍ଟାଲ ଚିଙ୍ଗୁଡ଼ି ୬୦୦ ଟଙ୍କା , ବଡ଼ କଙ୍କଡା ୩ ହଜାର ଟଙ୍କା, ଚିଲିକା ଗ୍ରୀନ କଙ୍କଡା ୨୨ଶହ, ରେଡ଼ କଙ୍କଡା ୮୫୦, ଭେକଟି ୫୫୦, ଟାଇଗର ବାଗଦା ଚିଙ୍ଗୁଡ଼ି ୧ ହଜାର, ନଈ ଚିଙ୍ଗୁଡ଼ି ୫୦୦ ଟଙ୍କା ରହିଛି । ଭାକୁର କେଜି ୨୦୦ ଟଙ୍କା, ରୋହି ୧୮୦, ଝୁଡୁଙ୍ଗ ମାଛ ୨୬୦, ସୁରୁଙ୍ଗି ୪୦୦ ଓ ମହୁରାଲି ୩୨୦ ଟଙ୍କା ରହିଛି ।