ରାହୁଲ ସିଲେଇଥିବା ଜୋତା ନେବାକୁ ୧୦ ଲକ୍ଷ ଟଙ୍କା ଦେବାକୁ ଗ୍ରାହକ ରାଜି, ଦେଉନାହାନ୍ତି ଦୋକାନୀ
1 min readବଢୁଛି ରାହୁଲ ଗାନ୍ଧୀ ସିଲେଇ କରୁଥିବା ଜୋତାର ଦାମ | ୫ ହଜାର କି ୧0 ହଜାର ନୁହେଁ ୧0 ଲକ୍ଷରେ ନେବାକୁ ଲୋକଙ୍କର ଲାଗିଛି ଲମ୍ବା ଲାଇନ | ହେଲା ଜୋତା ଡେଇବାକୁ ରାଜି ହେଉନାହାନ୍ତି ଦୋକାନୀ | ଉତରପ୍ରଦେଶର ଏହି ଜୋତା ଦୋକାନୀକୁ ନେଇ ଏବେ ସବୁଛି ଚର୍ଚ୍ଚା। ରାହୁଲ ତାଙ୍କ ଦୋକାନକୁ ଯିବା ପରେ ୨ ଲକ୍ଷ ଟଙ୍କା ରାମଚିତଙ୍କୁ ଅଫର କରିଥିଲେ। ଯାହାକୁ ଫେରାଇ ଚର୍ଚ୍ଚାକୁ ଆସିଥିଲେ ରାମଚିତ୍। ଆଉ ଏବେ ୧୦ ଲକ୍ଷ ଟଙ୍କାର ଚପଲ ଦେବାକୁ ମନା କରିଛନ୍ତି ରାମଚିତ। ଏହି ଚପଲ କିଣିବାକୁ ତାଙ୍କ ପାଖକୁ ଆସୁଛି ବଡ ବଡ ଅଫର | କିନ୍ତୁ ସେହି ଅଫରକୁ ମୁହେଁ ମୁହେଁ ମନା କରିଦେଉଛନ୍ତି ମୋଚି ରାମଚେତ |
ରାହୁଲ ରାମଚେତଙ୍କ ଦୋକାନକୁ ଆସିବା ପରେ ଜୋତା କାରିଗର ରାତାରାତି ଷ୍ଟାର ପାଲଟି ଯାଇଛନ୍ତି। ଲୋକେ ତାଙ୍କୁ ଫୋନ କରି ରାହୁଲ ଗାନ୍ଧୀ ସିଲେଇ କରିଥିବା ଜୋତାଚପଲ ବିକ୍ରି ଲାଗି ଅନୁରୋଧ କରୁଛନ୍ତି । ଏହା ବଦଳରେ ରାମଚେତ ଯେତେ ଟଙ୍କା ଦାବି କରିବେ ଦେବାକୁ ରାଜି ଅଛନ୍ତି। ଏହି ଘଟଣାକୁ ନେଇ ରାମଚେତ କହିଛନ୍ତି,‘ ରାହୁଲଜୀ ସିଲେଇ କରିଥିବା ଚପଲ ଓ ଜୋତାକୁ ଫ୍ରେମ କରି ଦୋକାନରେ ଟାଙ୍ଗିବି। ବଞ୍ଚିଥିବା ପର୍ଯ୍ୟନ୍ତ ଏହାକୁ ମୋ ଆଖି ସାମ୍ନାରେ ରଖିବି ।’
ଗତ ଜୁଲାଇ ୨୬ ତାରିଖରେ ରାମଚେତଙ୍କ ଦୋକାନକୁ ରାହୁଲ ଗାନ୍ଧୀ ଆସି ପହଞ୍ଚିଥିଲେ। ଏହି ସମୟରେ ରାହୁଲ ରାମଚେତଙ୍କୁ ଏକ ଚପଲ ମାଗି ତାହାର ସିଲେଇ କରି ଅଠା ଲଗାଇଥିଲେ । ଏହାପରେ ରାମଚେତଙ୍କ ଭଲ ମନ୍ଦ ବୁଝି ଚାଲି ଯାଇଥିଲେ। ରାମଚେତ ହାତରେ ଜୋତା ସିଲେଇ କରୁଥିବା ହେତୁ ନିକଟରେ ରାହୁଲ ତାଙ୍କ ପାଇଁ ଏକ ଜୋତା ସିଲେଇ ମେସିନ ପଠାଇଛନ୍ତି ।