Pratidin TV

Odisha's Digital News Platform

ବାପାଙ୍କ ଅନ୍ତେଷ୍ଟି କ୍ରିୟା ପାଇଁ କଡା ସୁରକ୍ଷାରେ ଜେଲରୁ ଘରକୁ ଆସିଲେ ଡି ବ୍ରଦର୍ସ

1 min read

ଡି ବ୍ରଦର୍ସ ତଥା ଧଳସାମନ୍ତ ୨ ଭାଈଙ୍କ ବାପାଙ୍କର ହୋଇଛି ପରଲୋକ | ଉଭୟ ଭାଈଙ୍କୁ କଡା ସୁରକ୍ଷାରେ ଏପ୍ରିଲ ୨୧ ତାରିଖ ତଥା ଗତକାଲି ସନ୍ଧ୍ୟାରେ ଜେଲ୍ରୁ କଟକ ତାଙ୍କ ଘରକୁ ନିଆଯାଇଥିଲା | ବଡ ଭାଇ ସୁଶାନ୍ତ ଏବଂ ସାନ ଭାଈ ସୁଶୀଲକୁ ସିଡିଏ ଘରକୁ ଆଣିଥିଲା ପୋଲିସ |

ତେବେ ସୂଚନାନୁସାରେ ଗତକାଲି ପୂର୍ବାହ୍ନରେ ତାଙ୍କ ବାପାଙ୍କ ପରଲୋକ ହୋଇଥିବାରୁ ସେ ଖବର ପାଇଥିଲେ | ଏବଂ ସନ୍ଧ୍ୟାରେ ୨ ଭାଈଙ୍କୁ କଟକରେ ଥିବା ସିଡିଏ ଘରକୁ ଅଣାଯାଇଥିଲା | ପରେ ଉଭୟ ଭାଈ ବାପାଙ୍କୁ କାନ୍ଧେଇ ସତୀଚଉରା ଶ୍ମଶାନ ନେଇଥିଲେ | ଏବଂ ସେଠାରେ ବଡ ଭାଈ ଦେଇଥିଲେ ମୁଖାଗ୍ନି | ପରେ ସବୁ କର୍ମ ସରିବା ପରେ ୨ ଭାଈଙ୍କୁ ଚୌଦ୍ୱାର ଜେଲ୍କୁ ପଠାଯାଇଥିଲା |

Advertisement

ଏପ୍ରିଲ ୨୨ ତଥା ଆଜି ସେ ବାପାଙ୍କ କାର୍ଯ୍ୟରେ ଯୋଗଦେବା ପରେ କୋର୍ଟରେ ହାଜର ହେବା କାର୍ଯ୍ୟକ୍ରମ ରହିଛି। ତେଣୁ କୋର୍ଟ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ସେମାନେ ଝାରପଡା ଏବଂ ଚୌଦାର ଜେଲରେ ଅସ୍ଥାୟୀ ଭାବେ ରହିବେ ବୋଲି ସୂଚନା ମିଳିଛି । ପ୍ରକାଶ ଯେ, ଗତ ୨୦୧୮ ମସିହାରୁ ଡି ବ୍ରଦର୍ସ ତଥା ୨ ଭାଈ ସୁଶାନ୍ତ ଧଳସାମନ୍ତଙ୍କୁ ବଲାଙ୍ଗୀରି ଜେଲ ଏବଂ ସୁଶୀଲ ଧଳସାମନ୍ତ ବାଲେଶ୍ୱର ଅଛନ୍ତି |

Leave a Reply

Your email address will not be published. Required fields are marked *