Pratidin TV

Odisha's Digital News Platform

ଶବକୁ ଛୁଇଁଲେନି ସାହିଭାଈ, ଝିଅର ପ୍ରେମ ପାଇଁ୧୮ ଘଣ୍ଟା କାଳ ପଡିରହିଲା ମୃତଦେହ..

1 min read

ବଲାଙ୍ଗୀର : ସାରା ଦେଶରେ ବର୍ତ୍ତମାନ ଚାଲିଛି ନବ ରାତ୍ରୀ । ଆଜି ୫ଦିନ ହୋଇଥିବା ବେଳେ ମାଆଙ୍କ ପାଇଁ ପୂରା ଚଳଚଞ୍ଚଳ ଗାଁରୁ ସହର । ଗୋଟେ ପଟେ ଦୂର୍ଗା ମାଆଙ୍କ ଆଗମନ ପାଇଁ ସବୁ ତତ୍ପର ହେଉଥିବା ବେଳେ ଅନ୍ୟ ପଟେ ଗୋଟେ ମାଆର ମୃତଦେହ ହେଉଛି ଅନ୍ୟାୟ । ଜାତି ଗତ ବାସନ୍ଦ ପାଇଁ ଶବ କୁ ଛୁଇଁ ଲେଣି ଜାତି ଭାଇ । ଦୀର୍ଘ ୧୮ ଘଣ୍ଟା ଦାଣ୍ଡରେ ପଡ଼ି ରହିଲା ଶବ । ଶେଷରେ ମୃତଦେହକୁ ନେଇ ସସମ୍ମାନରେ ସତ୍କାର କଲେ କିଛି ସ୍ୱଚ୍ଛାସେବୀ । ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ମାଳି ମୁଣ୍ଡା ଗାଁ ରେ ଦେଖା ଦେଇଛି ଏକ ଅଭାବନୀୟ ଘଟଣା । ସୂଚନାମୁତାବକ, ମାଲିମୁଣ୍ଡା ଗାଁ ବିଭୀଷଣ ବାଗ ଏବଂ ସ୍ତ୍ରୀ ଶଙ୍ଖ ବାଗ ଙ୍କ ଏକ ମାତ୍ର ଝିଅ ଥିଲା । ଯିଏ ଦେଢ ବର୍ଷତଳେ ଅନ୍ୟ ଜାତିର ପୁଅକୁ ଭଲ ପାଇ ଘରୁ ପଳାଇ ବିବାହ କରିଥିଲ । ଯାହାପାଇଁ ମାଆବାପାଙ୍କୁ ମିଳିଲା ବଡ ଦଣ୍ଡ ।

ଅନ୍ୟଜାତିରେ ଝିଅ ବାହାହେଲା ବୋଲି ସହ୍ୟ କରିପାରିଲେନି ବିଭୀଷଣଙ୍କ ଜାତିଭାଇ ।ଶେଷରେ ବିଭୀଷଣ ଏବଂ ଶଙ୍କ ବାଗଙ୍କୁ ତାଙ୍କ ଜାତି ଭାଇ ଏକ ଘରିଆ କରିଦେଲେ । କୌଣସି କର୍ମକାର୍ଯ୍ୟରେ ଡାକିଲେ ନାହିଁ । କଥାବାର୍ତ୍ତା ମଧ୍ୟ ବନ୍ଦ କରିଦେଲେ । ଏପରିକି ବିଭୀଷଣଙ୍କ ସହିତ ସମ୍ପର୍କ ନରଖିବାକୁ ନିଜ ଭାଇମାନଙ୍କୁ ମଧ୍ୟ ଅନୁମତି ଦେଲେନାହିଁ । ଯିଏ ବିଭୀଷଣଙ୍କ ସହିତ କଥା ହେବେ, ତାଙ୍କୁ ମୋଟା ଅଙ୍କର ଜରିମାନା କରାଯିବ ବୋଲିଧମକ ଦିଆଯାଇଥିଲା । ଦୁଃଖ କଷ୍ଟରେ ବଭିଷଣ ଏବଂ ତାଙ୍କପତ୍ନୀ ବଞ୍ଚି ଆସୁଥିବା ବେଳେ ଗତକାଲି ବିଭୀଷଣ ଙ୍କ ସ୍ତ୍ରୀ ଶଙ୍ଖ ବାଗଙ୍କ ମୃତ୍ୟୁ ହୋଇଥିବା । ପତ୍ନୀଙ୍କ ସତ୍କାର କରିବା ପାଇଁ ଜାତି ଭାଇଙ୍କୁ ଯେତେ ନେହୁରା ହେଲେ ସୁଦ୍ଧା ବିଜୀଷଙ୍କ କଥା କେହି ଶୁଣି ନଥିଲେ । ଦୀର୍ଘ ୧୮ ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ଶଙ୍କବାଗଙ୍କ ମୃତଦେହ ପଡ଼ି ରହିଥିଲା । ଶେଷରେ ପାଟଣାଗଡ ର ସେବା ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ମାନେ ତାଙ୍କ ଘରେ ପହଞ୍ଚି ମୃତ ଶଙ୍ଖ ବାଗ ର ଶବ ସତ୍କାର କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *