Pratidin TV

Odisha's Digital News Platform

କୁଏତ୍‌ରୁ ଆସୁଛି ୪୫ ଭାରତୀୟଙ୍କ ମୃତଦେହ , ମୃତକଙ୍କ ମଧ୍ୟରେ ଅଛନ୍ତି ୨ ଓଡ଼ିଆ ।

1 min read

କୁଏତର ଦକ୍ଷିଣାଞ୍ଚଳରେ ଥିବା ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୪୫ ଜଣ ଭାରତୀୟଙ୍କର ମୃତ୍ୟୁ ଘଟିଛି। ଏହି କୋଠାରେ ମୁଖ୍ୟତଃ ଦେଶାନ୍ତରୀ ଶ୍ରମିକମାନେ ରହିଥାନ୍ତି। ଏହି ଅଗ୍ଦିକାଣ୍ଡରେ ଅନ୍ୟ ୩୦ ଜଣ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କର ଅବସ୍ଥା ଗୁରୁତର ରହିଛି ।

ତେବେ ଆଜି ଭାରତ ଫେରୁଛି ୪୫ ଭଅରତୀୟଙ୍କ ମୃତଦେହ । ଗତକାଲି ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଉ-୧୩୦ଔରେ ମୃତକଙ୍କ ଶରୀରକୁ ଭାରତ ଅଣାଯାଉଛି । ଆଜି ଏହି ବିମାନ ଆସି କେରଳରେ ପହଂଚିବ । ଏଥିପାଇଁ କେରଳ ବିମାନବନ୍ଦରରେ ଅନେକ ଗୁଡିଏ ଆମ୍ବୁଲାନ୍ସ ଅପେକ୍ଷାରେ ରହିଥିବା ଦେଖିବାକୁ ମିଳିଛି । ଭାରତୀୟ ଦୂତାବାସ କହିଛି ଯେ ଶୁକ୍ରବାର ସକାଳେ କୁଏତରେ ପହଞ୍ଚି କୁଏତ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ବୈଦେଶିକ ବ୍ୟାପାର ମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂ ମଧ୍ୟ ବିମାନରେ ଅଛନ୍ତି।

Leave a Reply

Your email address will not be published. Required fields are marked *