ପଡୋଶୀଙ୍କ ଟାଙ୍କିରୁ ୧୦ ବର୍ଷ ବାଳକର ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ମା ।
1 min readକଟକ ; ୧୦ ବର୍ଷର ପୁଅକୁ ହରାଇ ନ୍ୟାୟ ପାଇଁ ସାମ୍ବାଦିକ ସମ୍ମିଳନୀ କଲେ ମା ମୁସାରତ ଖାତୁନ ଓ ବାପା ମହମ୍ମଦ ସାହା ଆଲାମ । ପୁଅର ମୃତ୍ୟୁକୁ ନେଇ ସନ୍ଦେହରେ ଥିବାରୁ ନ୍ୟାୟ ପାଇଁ ଚୌଦ୍ୱାର ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି ।
ଘଟଣା ଅନୁଯାୟୀ , ଚୌଦ୍ୱାର ପୌରପାଳିକା ୨ ନମ୍ବର ୱାର୍ଡ ରାଉଳ ସାହୀରେ ଦୀର୍ଘ ବର୍ଷ ଧରି ଭଡାରେ ରହୁଥିବା ମହମ୍ମଦ ସାହା ଆଲାମ ତାଙ୍କ ୧୦ ବର୍ଷର ପୁଅ ମହମ୍ମଦ ଆସିଫର ମୃତ୍ୟୁକୁ ନେଇ ସନ୍ଦେହ ଘେରରେ ରହିଛନ୍ତି । ୨୫-୦୩-୨୦୨୪ ରିଖ ସୋମବାର ସନ୍ଧ୍ୟାରେ ମା ମୁସାରତ ଖାତୁନ ଜାଣିବାକୁ ପାଇଲେ ଯେ ପୁଅ ପଡୋଶୀ ମହମ୍ମଦ ଆଶିକର ନିର୍ମାଣ ଧୀନ ଘରର ପାଣି ଟାଙ୍କି ରେ ପଡି ଯାଇଛି । ତେବେ ସ୍ଥାନୀୟ ଲୋକେ ପୁଅକୁ ଉଦ୍ଧାର କରି ମେଡିକାଲ ନେଇଥିଲେ , କିନ୍ତୁ ସେତେବେଳକୁ ବୋହୁତ ଡେରି ହୋଇଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ପୁଅର ମୃତ୍ୟୁ ଖବର ପାଇ ମା , ବାପା ସ୍ଥାଣୁ ପାଲଟିଯାଇଥିଲେ । ତେବେ ପୁଅର ମୃତ୍ୟୁର କାରଣ ଥିଲା ସନ୍ଦେହ ଘେରରେ । ଦେହରେ କୌଣସି ଆଘାତ ନ ଥିବା ବେଳେ ବୁଡି ମରିବାର କୌଣସି ଲକ୍ଷଣ ନ ଥିବା କହିଛନ୍ତି ବାପା ଓ ମା । ଅନ୍ୟପକ୍ଷେ , ପଡୋଶୀ ମହମ୍ମଦ ଆଶିକ ଓ ତାର ସ୍ତ୍ରୀ ଆମ ପରିବାର କୁ ବରବାଦ କରିବାକୁ ଧମକ ଦେଇଆସୁଥିବା କହିଛନ୍ତି ମୁସାରତ ଖାତୁନ ଓ ମହମ୍ମଦ ସାହ ଆଲାମ । ପୁଅକୁ ହରାଇ ଆମେ ମ୍ରିୟମାଣ ଥିବା ବେଳେ ପଡୋଶୀ ମହମ୍ମଦ ଆଶିକ ଓ ତାଙ୍କ ସ୍ତ୍ରୀ ଥାନାରୁ ଅଭିଯୋଗ ନ ଉଠାଇଲେ ତୋ ପରିବାରକୁ ମଧ୍ୟ ବରବାଦ କରିଦେବାକୁ ଧମକ ଦେଇଚାଲିଛି । ଏଣୁ ନ୍ୟାୟ ପାଇଁ ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ ଦେଇସାରିଥିବା ବେଳେ , ସାମ୍ବାଦିକ ସମ୍ମିଳନୀ କରି ନ୍ୟାୟ ପାଇଁ ନିବେଦନ କରିଛନ୍ତି ମୃତକ ମହମ୍ମଦ ଆସିଫଙ୍କ ବାପା , ମା ।