Pratidin TV

Odisha's Digital News Platform

ବନ୍ଦ ଘରୁ ଆଇନ୍ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର ।

କଟକ ; ବନ୍ଦ ଘରୁ ଅଧ୍ୟାପିକାଙ୍କ ମୃତ ଦେହ ଉଦ୍ଧାର । କଟକ ସିଡିଏ ଅଞ୍ଚଳରେ ଗତକାଲି ଘଟିଛି ଏଭଳି ଘଟଣା । ଆଜି ମୃତଦେହ ଶବ ବ୍ୟବଚ୍ଛେଦ ହେବ । ଅଧ୍ୟାପିକାଙ୍କ ନାଁ ଅନନ୍ୟା ଚକ୍ରବର୍ତ୍ତୀ ଘର ପଶ୍ଚିମବଙ୍ଗ ଅଞ୍ଚଳରେ । ସେ କଟକରେ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ ରେ ଅଧ୍ୟାପିକା ଥିଲେ ।

୨ ଦିନ ହେବ ଅନନ୍ୟା କଲେଜ ଯାଇ ନଥିଲେ। କଲେଜ କର୍ତ୍ତୃପକ୍ଷ ତାଙ୍କ ଫୋନକୁ କଲ୍ କରିଥିଲେ। ଅନ୍ୟାନଙ୍କ ଫୋନ୍ ରିଙ୍ଗ୍ ହୋଇଥିଲେ ମଧ୍ୟ ସେ ଉଠାଇ ନଥିଲେ। ସନ୍ଦେହ ହେବାରୁ କଲେଜ କର୍ତ୍ତୃପକ୍ଷ ପୁଲିସକୁ ଘଟଣା ସଂପର୍କରେ କହିଥିଲେ। ପୁଲିସ ଓ କଲେଜ କର୍ତ୍ତୃପକ୍ଷ ଭଡ଼ା ଘରେ ପହଞ୍ଚି ଅଧ୍ୟାପିକାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ପଠାଇଛି।

ତାସହ ଘଟଣାର ତଦନ୍ତ ଚଳାଇବା ସହ ଅଧ୍ୟାପିକାଙ୍କ ପରିବାର ଲୋକଙ୍କୁ ଖବର ଦେଇଛି । ତେବେ ଅଧ୍ୟାପିକାଙ୍କର କିଛି ଦିନ ପୂର୍ବରୁ ଛାଡପତ୍ର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୁଲିସ ସମୃକ୍ତ ଘଟଣାକୁ ନଜରରେ ରଖି ଖୋଳତାଡ କରୁଛି ଖୁବ୍ ଶୀଘ୍ର ସତ ସାମ୍ମାକୁ ଆସିବ ।

Leave a Reply

Your email address will not be published. Required fields are marked *