Pratidin TV

Odisha's Digital News Platform

ଘରୁ ପଳାଇ ପ୍ରେମିକର ଧରିଥିଲା ହାତ ,ଆଜି ଜୁଇରେ ଜଳୁଛି ସେହି ନାବାଳିକା ବଧୂ..

1 min read

ପ୍ରଥମେ ବନ୍ଧୁତା ତା ପରେ ପ୍ରେମ। କିଛି ଦିନର ପ୍ରେମ ନେଇଥିଲା ବିବାହର ରୂପ। ବୟସ ହୋଇନଥିଲେ ସୁଧା ପ୍ରେମ ଆଗରେ ସବୁ କିଛି ଭୁଲିଗଲା ଝିଅ। ଶେଷରେ ସବୁଦିନ ପାଇଁ ପହଞ୍ଚିଗଲା ମଶାଣୀ। ସାତ ଜନ୍ମର ସାଥୀ କରିବାକୁ ନାବାଳିକା ପ୍ରେମିକ ହାତରୁ ପିନ୍ଧିଥିଲା ସିନ୍ଦୁର ଆଉ ମଙ୍ଗଳସୂତ୍ର। ହେଲେ ସୁନାର ସଂସାର ଗଢିବା ବଦଳରେ ମଶାଣି ଜୁଇରେ ଜଳିଗଲେ ନାବାଳିକା । ପ୍ରେମ ବିବାହର ପରିଣତି କେତେ ଭୟଙ୍କର ହୋଇପାରେ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନିଆଳି ଥାନା କୃଷ୍ଣ ପ୍ରାସାଦ ବେତଣ୍ଡା ଗାଁ ରେ। ସେହି ଗାଁର ରୋହିତ ଗୋଚ୍ଛାୟତ ଙ୍କ ନାବାଳିକା ଝିଅ ହେଉଛି ମନୀଷା। ସେ ୪ ମାସ ତଳେ ପ୍ରେମ କରି ନିଭରନ କୋଠମୂଳର ବାସନ୍ଦା ପବିନ ବେହେରା ସହ ଘରୁ ପଳାଇ ବିବାହ କରିଥିଲେ। ବିବାହର ବୟସ ହୋଇ ନଥିବା ବେଳେ ପରିବାର ଲୋକେ ଏହାକୁ ବିରୋଧ କରି ଆସୁଥିଲେ ହେଲେ ପରିବାରକୁ ଖାତିର ନ କରି ପବିନର ହାତ ଧରି ଘର ଛାଡି ସବୁଦିନ ପାଇଁ ଚାଲିଆସିଥିଲେ ମନୀଷା। ବିବାହର କିଛି ଦିନ ହସଖୁସିରେ କଟିଥିବା ବେଳେ ଆରମ୍ଭ ହୋଇଥିଲା ବୋହୂ ଉପରେ ଅତ୍ୟାଚାର। ସ୍ୱାମୀ ଏବଂ ଶାଶୁଘର ଲୋକ ମିଶି ମନୀଷାଙ୍କ କରିଚାଲିଲେ ଅତ୍ୟାଚାର। ଏତେ ମାତ୍ରାରେ ଅତ୍ୟାଚାର ବଢି ଯାଇଥିଲେ ଶେଷରେ ଏହା ନେଇଗଲା ଭୟଙ୍କର ରୂପ।

ଗତକାଲି ରାତି ରେ ମନୀଷା କୁ ହତ୍ୟା କରା ଯାଇ ଆଜି ସକାଳୁ ତାକୁ ମଶାଣିରେ ପୋଡ଼ା ଯାଉଥିବା ନେଇ ଝିଅର ପରିବାର ଲୋକ ଅଭିଯୋଗ କରିଛନ୍ତି। ଝିଅ ସହ ମାଆ ଦିନକ ପୂର୍ବରୁ ଫୋନରେ କଥା ହୋଇଥିବା ବେଳେ ସବୁକିଛି ଠିକ ଥିବା କହିଥିଲେ। ଏହାପେର ଅର୍ଥାତ କାଲି ଝିଅର ଫୋନ ଆଉ ଲାଗି ନତିଲା ଏଥିରେ ସନ୍ଦେହ କରି ଯାଇଥିବା ବେଳେ ଝିଅକୁ ମାରି ତା ଶାଶୁଘର ଲୋକେ ପୋଡି ଦେଇଥିବା ଜାଣିବାକୁ ପାଇଥିଲେ। ତେବେ ଝିଅକୁ ମାରି ଅଖାରେ ପୁରା ମଶାଣିକୁ ନେଇଥିବା ଆଖପାଖ ଲୋକେ ଝିଅ ଘରକୁ ଜଣାଇଥିଲେ। ଏ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପାଇବା ପରେ ପୁଲିସ ର ତନାଘନା ଆରମ୍ଭ କରିଥିଲା। ପୁଅ ଘରକୁ ଯିବା ସହ ନାବାଳିକା ର ଗାଁ ଓ ମଶାଣି ରେ ପହଞ୍ଚିଥିଲା । ତେବେ ପୋଲିସ ପହଞ୍ଚିଲା ବେଳେ ମଶାଣିରେ ନିଆଁ ଜଳୁଥିବା ଦେଖିବାକୁ ପାଇଥିଲା।

Advertisement


ସୂଚନାମୁତାବକ, ପୂର୍ବ ରୁ ମଧ୍ୟ ସେ ସେହି ଯୁବକ ସହ ଫେରାର୍ ହୋଇଥିଲା ମନିଷା।ଯାହାକୁ ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ପରେ ପୋଲତିସ ନାବାଳିକାକୁ ଉଦ୍ଧାର କରି ପରିବାର କୁ ହସ୍ତାନ୍ତର କରିଥିଲା। ପରେ ପୁଣି ଥରେ ପବିନ ଝିଅକୁ ପ୍ରେମ ଜାଲରେ ଫସାଇ ବିବାହ କରି ଦେଇଥିଲା। ଶେଷରେ ଏବେ ଝିଅର ମୃତ୍ୟୁ ହୋଇଛି। ଦଇବର ବିଡମ୍ବନା ଏମିତିକି ଝିଅର ମୃତ ଦେହକୁ ବି ଦେଖି ପାରିଲାନି ପରିବାର। ଆଉ ଝିଅକୁ ହରାଇ ପରିବାରେ ଦୁଃଖର ଛାୟା ଖେଳି ଯାଇଛି ।ଝିଅର ମୃତ୍ୟୁ ପାଇଁ ଦାବି ତାକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ପରିବାର ଓ ମନୀଷା ଙ୍କ ଗାଁ ଲୋକେ ।

Leave a Reply

Your email address will not be published. Required fields are marked *