Pratidin TV

Odisha's Digital News Platform

ହେଲିକେପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ, ରହିଛି କି ଷଡ଼ଯନ୍ତ୍ର ? ଇସ୍ରାଏଲ ଭୂମିକାକୁ ନେଇ ବଡ଼ ଦାବି

1 min read

ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ହେଲିକେପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି | ତାଙ୍କ ସହ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟ ମୃତ୍ୟୁ ହୋଇଛି | ତେବେ ହେଲକେପ୍ଟରର ଭଗ୍ନାଶେଷ ଏବଂ ଦୁହିଁଙ୍କ ମୃତ୍ୟୁ ହୋଇଥିବା ନେଇ ଇରାନ ଗଣମାଧ୍ୟମ ଦାବି କରିଛି |

ରବିବାର ଦିନ (ମେ ୧୯) ରେ ପାଖାପାଖି ୩ଟା ସମୟରେ ରାଇସିଙ୍କ ହେଲିକେପ୍ଟରଟି ଆଜେରବୈଜାନର ଘନ ଜଙ୍ଗଲ ଓ ପାହାଡିଆ ଅଞ୍ଚଳରେ ଦୁର୍ଘଟଣାଗସ୍ତ ହୋଇଛି ବୋଲି ସୂଚନ ମିଳିଛି | ତେବେ ଘଟଣା ସୂଚନା ମିଳିବା ପରେ ଉଦ୍ଧାରକାରି ଦଳ ଦୁର୍ଘଟଣାସ୍ଥଳରେ ପହଁଞ୍ଚିଛନ୍ତି | ତେବେ ହେଲକେପ୍ଟରର ଭଗ୍ନାଶେଷଦେଖିବାକୁ ମିଳିଥିଲା | ତେବେ ହେଲିକପ୍ଟର ଦୁର୍ଘଟଣା ଏକ ଷଡଯନ୍ତ୍ର ନା ଦୁର୍ଘଟଣା ତାହା ସ୍ପଷ୍ଟ ହୋଇନାହିଁ। ଏହା ପରେ ଇସ୍ରାଏଲ ଉପରେ ସନ୍ଦେହ ଆହୁରି ବଢିଯାଇଛି |

Advertisement

ତେବେ ଇସ୍ରାଏଲ ଉପରେ ସନ୍ଦେହ ବଢିବାପରେ ଇସ୍ରାଏଲ କହିଛି ଖରାପ ପାଗ ଯୋଗୁଁ ହେଲିକପ୍ଟର ଦୁର୍ଘଟଣାର ଏହି ଘଟଣା ଘଟିଥିବା ଇସ୍ରାଏଲ କହିଛି। ଏହି ଘଟଣା ସହିତ ଆମର କୌଣସି ସମ୍ପର୍କ ନାହିଁ |ତେବେ ଇରାନର ରାଜଧାନୀଠାରୁ ପ୍ରାୟ ୬00 କିଲୋମିଟର ଉତ୍ତର-ପଶ୍ଚିମ ଆଜେରବାଇଜାନର ସୀମା ନିକଟ ଜୋଲଫା ସହରରେ ଏହି ଘଟଣା ଘଟିଛି। ଆଏଜରବାଇଜାନର ରାଷ୍ଟ୍ରପତି ଇଲହାମ ଆଲିଭଙ୍କ ସହ ଏକ ବନ୍ଧର ଉଦଘାଟନ ପାଇଁ ରାଇସି ରବିବାର ଆଜେରବାଇଜାନରେ ଥିଲେ। ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ​​|

Leave a Reply

Your email address will not be published. Required fields are marked *