Pratidin TV

Odisha's Digital News Platform

ସଜେଇ ହେଉଛି ଲାଲ କିଲ୍ଲା; ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ୭୦୦ ଏଆଇ କ୍ୟାମେରା ନିୟୋଜିତ

ଆଉ ମାତ୍ର କିଛି ଦିନ ପରେ ସମଗ୍ର ଦେଶ ପାଳିବ ୭୮ ତମ ସ୍ୱାଧୀନତା ଦିବସ | ଏନେଇ ସମଗ୍ର ଭାରତବର୍ଷରେ ଆରମ୍ଭ ହୋଇଯାଇଛି ପୂର୍ବ ପ୍ରସ୍ତୁତି | ଲାଲକିଲ୍ଲାରୁ ପତାକା ଉତ୍ତୋଳନ ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଅନ୍ୟପକ୍ଷରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି |

ସ୍ୱାଧୀନତା ଦିବସ ପାଇଁ ସମସ୍ତ ବ୍ୟବସ୍ଥା ଆରମ୍ଭ ହୋଇଯାଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ପତାକା ଉତ୍ତୋଳନ ନେଇ ସମସ୍ତ ର୍ପଙ୍କର ବ୍ୟବସ୍ଥା ସହିତ ସଜେଇ ହେଉଛି ଲାଲକିଲ୍ଲା | ନୂଆଦିଲ୍ଲୀ ଜାତୀୟ ରାଜଧାନୀ ଦିଲ୍ଲୀରେ ସ୍ୱାଧୀନତା ଦିବସର ଲାଲକିଲ୍ଲାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଆଜି ତଥା ୧୩ ଅଗଷ୍ଟ ଦିନ ଏକ ସମ୍ପୂର୍ଣ୍ଣ ରିହର୍ସାଲ ଅନୁଷ୍ଠିତ ହୋଇଯାଇଛି | ଏଥିରେ ସେନାମାନଙ୍କ ଉତ୍ସାହ ଦେଖିବାକୁ ମିଳିଛି |

ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୧୦ ହଜାର ପୋଲିସ କର୍ମଚାରୀ ଏବଂ ୩ ହଜାର ଟ୍ରାଫିକ୍ ପୋଲିସ ସୁରକ୍ଷାକାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେହିପରି ୭୦୦ରୁ ଅଧିକ ଆର୍ଟିଫିଆଲ ଇଣ୍ଟେଲେଜେନ୍ସ (ଏଆଇ) ଆଧାରିତ କ୍ୟାମେରା ମଧ୍ୟ ଲାଗିଛି । ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖିବ ।

ସ୍ୱାଧୀନତା ଦିବସ ଅବସରରେ ଟ୍ରାଫିକକୁ ନିୟନ୍ତ୍ରଣ କରିବା ପାଇଁ ୩୦୦୦ରୁ ଅଧିକ ଟ୍ରାଫିକ ପୁଲିସ କର୍ମଚାରୀ ନିୟୋଜିତ ହେବେ। ଏମାନେ ଦିଲ୍ଲୀର ବିଭିନ୍ନ ପ୍ରବେଶ ପଥ ଏବଂ ଲାଲକିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାରେ ନିୟୋଜିତ ରହିବେ।

ରାଜଧାନୀର କେତେକ ରାସ୍ତା ସକାଳ ୪ ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଆଡଭାଇଜରୀରେ କୁହାଯାଇଛି । ସେହିପରି ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦର, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ, ମଲ୍ ଏବଂ ବଜାର ସମେତ ବିଭିନ୍ନ ସ୍ଥାନରେ ଅତିରିକ୍ତ ପୁଲିସ୍ ଟିମ୍ ଏବଂ ପାରାମିଲିଟାରୀ ଫୋର୍ସ ନିୟୋଜିତ କରାଯାଇଛି।

Leave a Reply

Your email address will not be published. Required fields are marked *