Pratidin TV

Odisha's Digital News Platform

ପ୍ରତିକ୍ଷାର ଘଟିଲା ଅନ୍ତ, ଖୋଲିଲା ରତ୍ନଭଣ୍ଡାର

୫ ଦଶନ୍ଧିର ଘଟିଲା ଅନ୍ତ | ଦୀର୍ଘ ୪୬ ବର୍ଷ ପରେ ଖୋଲିଲା ରତ୍ନଭଣ୍ଡାର | ଯାହା ଜାଣିବାକୁ ଅନେଇ ବସିଛନ୍ତି ଶହ ଶହ ଜଗନ୍ନାଥ ପ୍ରେମୀ, ସେହି ସମୟ ଆସିସାରିଛି । ନିର୍ଦ୍ଧାରିତ ସମୟ ଅର୍ଥାତ ଅପରାହ୍ନ ୧ଟା ୨୮ରେ ରତ୍ନଭଣ୍ଡାରକୁ ପ୍ରବେଶ କରିଛି ସ୍ୱତନ୍ତ୍ର ଯାଞ୍ଚ କମିଟି।

ରତ୍ନଭଣ୍ଡାର ଯାଞ୍ଚ ଲାଗି ତଦାରଖ କମିଟି କମିଟିର ସଦସ୍ୟମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି। ତେବେ ପାରମ୍ପରିକ ପୋଷାକରେ ସଦସ୍ୟମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି। ଶ୍ରୀମନ୍ଦିର ଭିତରକୁ ଗଲେ ରତ୍ନଭଣ୍ଡାରକୁ ଯିବାକୁ ଥିବା ୧୧ ସଦସ୍ୟ। ରତ୍ନଭଣ୍ଡାର ଭିତରକୁ ୫ ଜଣ ସେବାୟତ, ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଓ ସଦସ୍ୟ ଡାକ୍ତର ସିଭିକେ ମହାନ୍ତିଙ୍କ ସମେତ ୧୧ଜଣ ଯାଇଛନ୍ତି। କେବଳ ସେତିକି ନୁହେଁ, ରତ୍ନଭଣ୍ଡାର ଭିତରକୁ ବଡ଼ ବଡ଼ ୬ଟି ସିନ୍ଦୁକ ମଧ୍ୟ ପ୍ରବେଶ କରିଛି। ଏହାସହ କଟର୍ ମେସିନ୍ ମଧ୍ୟ ଶ୍ରୀମନ୍ଦିର ଭିତରକୁ ଯାଇଛି।

ତେବେ ମିଳିଥିବା ସୂଚନା ମୁତାବକ, ଆଜି କେବଳ ରତ୍ନଭଣ୍ଡାର ଖୋଲାଯିବ | ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଗଣତି ମଣତି ହେବନାହିଁ । ଏନେଇ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *