Pratidin TV

Odisha's Digital News Platform

ପରୀକ୍ଷା ଦେବାବେଳେ ହେଲା ପ୍ରସବ ଯନ୍ତ୍ରଣା , ଛୁଆ ଜନ୍ମ କଲେ ପରୀକ୍ଷାର୍ଥୀ …

1 min read

ପରୀକ୍ଷା ହଲ୍ ପାଲଟିଲା ଲେବର୍ ରୁମ୍ । ଆଉ ପରୀକ୍ଷା ଦେବା ବେଳେ ପିଲା ଜନ୍ମ ଦେଲେ ପରୀକ୍ଷାର୍ଥୀ । ଏକଥା ଆପଣଙ୍କୁ ନିଶ୍ଚୟ ଅଜବ ଲାଗୁଥିବା । ଆପଣ ଭାବୁଥିବେ ପରୀକ୍ଷା ହଲ୍ ଭିତରେ ପୁଣି ପିଲା ଜନ୍ମ । ହେଲେ ବିଶ୍ୱାସ ନହେଲେ ବି ଏମିତି କିଛି ଘଟିଛି , ପରୀକ୍ଷା ହଲ୍ ଭିତରେ ପରୀକ୍ଷାର୍ଥୀ ପିଲା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ।

ଉତ୍ତରପ୍ରେଦେଶର ପୋଲିସ ନିଯୁକ୍ତି ପରୀକ୍ଷା ଚାଲୁଥିବା ସମୟରେ ଜଣେ ପରୀକ୍ଷାର୍ଥୀ ଏକ ଶିଶୁକୁ ଜନ୍ମ ଦେଇଥିଲେ । ମହିଳା ଜଣକ କାଞ୍ଚନଗର ସ୍ଥିତ ଏକ କେନ୍ଦ୍ରେର ପରୀକ୍ଷା ଦେଉଥେଲେ । ପରୀକ୍ଷା ଦେବା ସମୟେର ହଠାତ ତାଙ୍କ ପେଟେର ଯନ୍ତ୍ରଣା ଅନୁଭବ ହୋଇଥିଲା । ସେଠାରୁ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ଘଟଣାଟି ଉନ୍ନାଓର ଗଙ୍ଗା ଘାଟ କୋଟୱାଲି ଅଞ୍ଚଳରେ ଅବସ୍ଥିତ କାଞ୍ଚନଗର ଅଞ୍ଚଳର ମହର୍ଷି ଦିନାନନ୍ଦ ସରସ୍ୱତୀ ମିଶନ ଇଣ୍ଟର କେଲଜର । ସୂଚନା ମୁତାବକ, ଉକ୍ତ ମହିଳା ପ୍ରାର୍ଥୀ ଜଣକ ଉନ୍ନାଓର ବିଗପୁର ପୋଲିସ ଷ୍ଟେସନ ପରିସରେର ଥିବା ପାଟନ ଗ୍ରାମ ନିବାସୀ ସୁନୀତା ଅଟନ୍ତି । ସେ ୟୁପି କନେଷ୍ଟବଳ ନିଯୁକ୍ତି ପରୀକ୍ଷା ଦେବା ପାଇଁ ଯାଇଥେôଲ । ମହିଳା ପରୀକ୍ଷା ଦେଉଥିବା ସମୟରେ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା ।

Advertisement


ପରେ ସେଠାରେ ଉପସ୍ଥିତ ଥିବା ରୁମ୍ ଇନ୍ସପେକ୍ଟରଙ୍କୁ ସେ ଜଣାଇଥିଲେ । ଏହାପରେ ରୁମ୍ ଇନ୍ସପେକ୍ଟର ମହିଳା ପ୍ରଶାସକ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । ମହିଳାଙ୍କୁ ପ୍ରସବ ପାଇଁ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ କୌଣସି ମହିଳା ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ନଥିବାରୁ ପୁରୁଷ ସ୍ୱାସ୍ଥ୍ୟ କର୍ମୀମାନେ ତାଙ୍କୁ ପ୍ରସବ କକ୍ଷକୁ ନେଇ ପ୍ରସବ କରାଇଥିଲେ । ସେଠାରେ ମହିଳା ଜଣକ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଝିଅଟିର ଜନ୍ମ ପରେ ମହିଳାଙ୍କ ପରିବାରକୁ ଏ ବିଷୟରେ ଅବଗତ କରାଯାଇଥିଲା । ସୂଚନା ପାଇବା ପରେ ପରିବାର ଲୋକ ଡାକ୍ତରଖାନାରେ ପହଞ୍ଚିଥିଲେ । ପରିବାର ସଦସ୍ୟଙ୍କ କହିବା ମୁତାବକ ସେପ୍େଟମ୍ବର ୨୦୨୩ରେ ସୁନୀତାଙ୍କ ସ୍ୱାମୀ ଦୀପୁଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ତେବେ ସୁନୀତା ୯ ମାସ ଗର୍ଭଧାରଣର ପରେ ଏହି ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ଏବେ ଉଭୟ ମା’ ଏବଂ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *