Pratidin TV

Odisha's Digital News Platform

ରାକ୍ଷସୀ ମା , ୯ ଦିନର ନବଜାତ ଝିଅକୁ ବିଷଦେଇ ମାରିଦେଲା ।

ସବୁବେଳେ ସବୁ ସମୟରେ ସବୁ ଜୁଗରେ ଆମେ ମାର ଅତୁଳନୀୟ ମମତାକୁ ଦେଖିଛୁ । ଛୁଆ ପାଇଁ ମା କେତେ ବଡ ବଡ ବଳିଦାନ ଦେଉଥିବାର ଦେଖିଛୁ । ନିଜ ପେଟରେ ଛୁଆକୁ ୯ ମାସ ଧରି ସବୁ କଷ୍ଟ ଯନ୍ତ୍ରଣା ସହି ଅନ୍ତଚିରୀ ମା ତାକୁ ଜନ୍ମ ଦେଇଥାଏ । କଣ ସେଇ ମା ତାର ଜୀବନ ନେଇପାରେ ! ହଁ ଏଭଳି ଏକ ଅବିଶ୍ୱସନୀୟ ଘଟଣା ଘଟିଛି ତାମିଲନାଡୁରେ । ୯ ଦିନର ଜନ୍ମକଲା ଛୁଆକୁ ବିଷଦେଇ ଜୀବନ ନେଇଯାଇଛି ମା ।

ସୂଚନା ଅନୁଯାୟୀ ଏଭଳି ଜଘନ୍ୟ ଅପରାଧରେ ମା ସହ ବାପା ମଧ୍ୟ ବରାବର ସାମିଲ ଥିଲା । ତାମିଲନାଡୁ ପୋଲିସ ଉଭୟଙ୍କୁ ଗିରଫ୍ କରିଛି । ଗିରଫ ହୋଇଥିବା ଦମ୍ପତି ହେଉଛନ୍ତି ସି ଜୀଭା ଏବଂ ଜେ ଡାଏନା। ଉଭୟଙ୍କର ୨ ବର୍ଷର ଏକ ଝିଅ ଥିଲା। ଅଗଷ୍ଟ ୨୭ରେ ତାମିଲନାଡ଼ୁ ଭେଲୋରର ଏକ ହସ୍ପିଟାଲରେ ଆଉ ଏକ ଝିଅ ଜନ୍ମ ହୋଇଥିଲା। କିନ୍ତୁ ସେମାନଙ୍କୁ ପୁଅ ଦରକାର ଥିଲା , ସେଥିପାଇଁ ଦୁହେଁ ଝିଅକୁ ମାରିବାକୁ ଯୋଜନା ବନାଇଥିଲେ । ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଆସିବା ପରେ ଶିଶୁଟିକୁ କ୍ଷୀରରେ ବିଷ ପିଇବାକୁ ଦେଇଥିଲା ମା । ଏନେଇ ପରିବାରର କୌଣସି ସଦସ୍ୟଙ୍କୁ ନ ଜଣାଇ ତୁରନ୍ତ ଘର ପଛପଟେ ପୋତି ଦେଇଥିଲେ।

ପରେ ପରିବାର ଲୋକେ ଏସବୁ ଘଟଣା ଜାଣି ପୋଲିସକୁ ଖବର ଦେଇଥିଲେ । ପୋଲିସ ସମୃକ୍ତ ଘଟଣାର ତଦନ୍ତ କରି ମାଟିତଳୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରି ପୋଷ୍ଟମାର୍ଟମ ପାଇଁ ପଠାଇଛି । ଆଉ ବାପା ମାଙ୍କୁ ଗିରଫ୍ କରିଛି ।

Leave a Reply

Your email address will not be published. Required fields are marked *