ସରିଲା ମନ୍ତ୍ରୀପଦ ବିଭାଗ ବଣ୍ଟନ, କିନ୍ତୁ ବାଚସ୍ପତି ପଦ ଭାଗ ଛିଡିପାରୁନି
1 min readଶପଥ ନେବାର ପ୍ରାୟ ୨୪ ଘଣ୍ଟା ପରେ ମୋଦି ୩.୦ ସରକାର କାହାକୁ କେଉଁ ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି, ତା’ର ତାଲିକା ଜାରି କରିଛନ୍ତି। ନରେନ୍ଦ୍ର ମୋଦି ଏଥର ମେଣ୍ଟ ସରକାରର ନେତୃତ୍ୱ ନେଉଥିବା ବେଳେ ବିଜେପି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଗୁଡ଼ିକୁ ନିଜ ପାଖରେ ରଖିଛି। ତେବେ ମୋଦି ସରକାରରେ ମନ୍ତ୍ରୀତ୍ବକୁ ନେଇ ଦ୍ବନ୍ଦ୍ବ କୌଣସି ପ୍ରକାରେ ସମାଧାନ ହୋଇଛି। କିନ୍ତୁ ବାଚସ୍ପତି ପଦକୁ ନେଇ ଏଯାଏଁ ଭାଗ ମିଳୁନି |
୭୨ ଜଣିଆ କ୍ଯାବିନେଟରେ ଜେଡିୟୁକୁ ୨ଟି ଓ ଟିଡିପିକୁ ୨ଟି ମନ୍ତ୍ରୀପଦ ମିଳିଥିଲେ ବି ବାଚସ୍ପତି ପଦକୁ ନେଇ ଚାଲିଛି ଟଣାଓଟରା। ସମ୍ବିଧାନ ଅନୁସାରେ ନୂଆ ଲୋକସଭା ଅଧିବେଶନ ବସିବା ପୂର୍ବରୁ ବାଚସ୍ପତି ପଦ ଖାଲି ହୋଇଥାଏ। ଜଣେ ମଧ୍ଯବର୍ତ୍ତୀକାଳୀନ ବାଚସ୍ପତି ନୂଆ ସାଂସଦମାନଙ୍କୁ ଶପଥ କରାଇଥାନ୍ତି। ପରେ ଲୋକସଭା ବାଚସ୍ପତି ନିର୍ବାଚିତ ହୋଇଥାନ୍ତି।
ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ବାଚସ୍ପତି ପଦ ପାଇଁ କାହାକୁ ଦିଆଯିବ ତାହା ହୋଇପାରୁନି ସମାଧାନ | କିନ୍ତୁ ପ୍ରଶ୍ନ ଉଠୁଛି ଯେ, ଚଳିତ ଲୋକସଭାରେ କାହିକି ବାଚସ୍ପତି ପଦ ଉପରେ ଦିଆଯାଉଛି ଗୁରୁତ୍ବ। ସାମ୍ପ୍ରତିକ ରାଜନୀତିରେ ଏନ. ଚନ୍ଦ୍ରବାବୁ ନାଇଡୁ ଓ ନୀତୀଶ କୁମାର ହେଉଛନ୍ତି ପଲିଟିକାଲ ଭେଟେରାନ। ତେବେ ବିଦ୍ରୋହ ରୋକିବାକୁ ବାଚସ୍ପତି ଜଣେ ପ୍ରମୁଖ ସାମ୍ବିଧାନିକ ପଦାଧିକାରୀ ହୋଇଥିବାରୁ ସେହି ପଦବୀକୁ ନେଇ ଚାଲିଛି ଟଣାଟଣି। କିନ୍ତୁ ହୋଇପାରୁନି ସମାଧାନ |