Pratidin TV

Odisha's Digital News Platform

ସଫଳ ଚାଷୀ ବନିଲେ ଉପମୁଖ୍ୟମନ୍ତ୍ରୀ ,କେଭି ସିଂ ଙ୍କ ଫାର୍ମ ରୁ ଦୁବାଇ ଗଲା ଡ୍ରାଗନ ଫ୍ରୁଟ୍‌ …

ଓଡ଼ିଶାରୁ ପ୍ରଥମ ଥର ପାଇଁ କାର୍ଗୋ ବିମାନରେ ଦୁବାଇ ଗଲା ଡ୍ରାଗନ୍ ଫ୍ରୁଟ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ନିଜେ କୃଷି ମନ୍ତ୍ରୀ ଓ ଚାଷୀ ହିସାବରେ ଡ୍ରାଗନ ଫ୍ରୁଟ୍‌କୁ ରପ୍ତାନି କରିଛନ୍ତି। ରପ୍ତାନି ବେଳେ କୃଷି ସଚିବ ଅରବିନ୍ଦ ପାଢୀ ବି ଉପସ୍ଥିତ ଥିଲେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଜଣେ ସଫଳ ରାଜନେତା ସହ ଜଣେ ସଫଳ ଚାଷୀ।ସେ ୭ ଏକର ଜମିରେ ଡ୍ରାଗନ ଫ୍ରୁଟ୍‌ ଚାଷ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ବଲାଙ୍ଗିର ଓ ପାଟଣାଗଡ଼ ଚାଷ ଜମିରୁ ଉତ୍ପାଦିତ ହୋଇଥିବା ଫଳକୁ ପଠାଯାଇଛି।

 ୩ ବର୍ଷ ତଳୁ କନକବର୍ଦ୍ଧନ ଏହି ଫଳ ଚାଷ କରୁଥିବା କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ସଂପୂର୍ଣ ଜୈବିକ ପଦ୍ଧତିରେ ଚାଷ କରାଯାଇଛି।  ଇଣ୍ଟରନେଟ ମାଧ୍ୟମରେ ସେ ଏହି ପଦ୍ଧତି ଜାଣିବାକୁ ପାଇଥିଲେ ।  ରାଜନୀତି କରିବା ଭିତରେ ବି ସେ ଚାଷ କରିବାକୁ ବେଶ ପସନ୍ଦ କରନ୍ତି , ଚାଷ ତାଙ୍କୁ ଅଧିକ ଖୁସିଦିଏ ବୋଲି କହିଛନ୍ତି । ପାରମ୍ପରିକ ପଦ୍ଧତ୍ତି ରେ ସେ ଚାଷ କରିଥାନ୍ତି । ସମସ୍ତେ ନିଜ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ଅର୍ଗାନିକ ଚାଷ କରିବା ଦରକାର ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ତାଙ୍କ ଚାଷ ଜମିରୁ ପାଖାପାଖି ୪ କୁଇଣ୍ଟାଲ ଡ୍ରାଗନ ଫଳ ଏକ୍ସପର୍ଟ ହୋଇଛି ।

Leave a Reply

Your email address will not be published. Required fields are marked *