ସାକାର ହେବ କଟକ ବାସୀଙ୍କ ସ୍ୱପ୍ନ ; ଐତିହାସିକ ବାରବାଟୀ ଷ୍ଟାଡିୟମ ହେବ ବିଶ୍ବସ୍ତରୀୟ ।
1 min readକଟକ : ଐତିହାସିକ ବାରବାଟୀ ଷ୍ଟାଡିୟମ ହେବ ବିଶ୍ବସ୍ତରୀୟ। ଆସନ୍ତା ୨୭ ତାରିଖ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରବାଟୀ ନବୀକରଣ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଆଜି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବାରବାଟୀ ଷ୍ଟାଡିୟମ ବୁଲି ପୁରା ପ୍ରକଳ୍ପ ର ସମୀକ୍ଷା କରିଛନ୍ତି।। ସମୀକ୍ଷା ବେଳେ ବିଜେଡି ସାଂଗଠନିକ ସଂପାଦକ ତଥା ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, ଓସିଏ ସଂପାଦକ ସଂଜୟ ବେହେରା, କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା ଉପସ୍ଥିତ ଥିଲେ ।
ବାରବାଟୀ ଷ୍ଟାଡିୟମ ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ସ୍ବପ୍ନ ର ପ୍ରକଳ୍ପ ଭାବେ ସୁନ୍ଦର ରୁପ ନେବ । ଆଗାମୀ ତିନିବର୍ଷ ମଧ୍ୟରେ ଐତିହାସିକ ବାରବାଟୀ ଷ୍ଟାଡିୟମ ଏକ ବିଶ୍ବସ୍ତରୀୟ କ୍ରିକେଟ ଷ୍ଟାଡିୟମ ର ମାନ୍ୟତା ପାଇବ । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ବାରବାଟୀ ଷ୍ଟାଡିୟମ ବୁଲି ପୁରା ନୂଆ ପ୍ରକଳ୍ପ ର ବ୍ଲୁପ୍ରିଣ୍ଟ ଦେଖିଥିଲେ । ଏଥି ସହିତ ପିଚ, ଗ୍ରାଉଣ୍ଡ, ଗ୍ୟାଲେରୀ ର ସ୍ଥିତି ଅନୁଧ୍ୟାନ କରିଥିଲେ । ସାଥିରେ ବିଜେଡିର ସାଂଗଠନିକ ସଂପାଦକ ତଥା ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, ଓସିଏ ସମ୍ପାଦକ ସଂଜୟ ବେହେରା ,କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା ଷ୍ଟାଡିୟମ ବୁଲି ଦେଖିଥିଲେ । ପିଚ ଉପରେ ପାଣ୍ଡିଆନ ରଣଜୀ ଖେଳାଳୀ ଓ ଗ୍ରାଉଣ୍ଡ ଷ୍ଟାପ ଙ୍କ ସହ ଆଲୋଚନା କରିଥିଲେ ।
ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀ କରିବେ । ପରେ ତିନି ବର୍ଷ ମଧ୍ୟ ରେ ଷ୍ଟାଡିୟମ କାମ ଶେଷ ହେବ । ତେବେ ଏହି ନବୀକରଣ ପ୍ରକଳ୍ପ ଅଧିନରେ ବାରବାଟୀ ର ପୁରୁଣା ଗ୍ୟାଲେରୀ ଭଙ୍ଗା ହୋଇ ନୂଆ ହେବ । ପରେ ପୁରା ଷ୍ଟାଡିୟମରେ ଦର୍ଶକ ପାଇଁ ୬୦ ହଜାର ନୂଆ ଚେୟାର ଲାଗିବ । ଏଥି ସହିତ ପଡିଆ ଭିତରର ସୌନ୍ଦର୍ଯ୍ୟକରଣ ହେବ । ଡ୍ରେସିଂ ରୁମ, ଜିମ, ସୁଇମିଂ ପୁଲ, ଇଣ୍ଡୋର ଗେମ ର ବ୍ୟବସ୍ଥା ହେବ । ବିଶ୍ୱର ବଡ଼ ବଡ଼ ଷ୍ଟାଡିୟମ ମାନଙ୍କ ଭିତରେ ଯୋଡି ହେବ ବାରବାଟି ଷ୍ଟାଡିୟମ ର ନାମ ।