ଭାଇ,ଭଉଣୀ ଙ୍କୁ ପୋଖରୀ ରୁ ଉଦ୍ଧାର କରିବାକୁ ଯାଇ ବୁଡିଗଲା ବଡ ଭଉଣୀ ।
1 min readଗଞ୍ଜାମ ; ଦୁଇ ଜଣ ଭଉଣୀ ଓ ଜଣେ ସମ୍ପର୍କୀୟ ଭାଇ କୁ ପୋଖରୀ ରୁ ଉଦ୍ଧାର କରିବାକୁ ଯାଇ ସଲିଳ ସମାଧି ହୋଇ ଗଲେ ବଡ ଭଉଣୀ । ମିଳିଥିବା ସୂଚନା ଅନୁଯାୟୀ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ଗ୍ରାମ କୁ ବ୍ରହ୍ମପୁର ର ରବି ରାମ ପ୍ରଧାନ ଙ୍କ ତିନି ଝିଅ ଜେଲିନା , ସେଲିନା ଓ ଏଲିନା ସେମାନଙ୍କ ମଉସା ଜୟ ରାମ ଖୁଣ୍ଟିଆ ଘରକୁ ଆସିଥିଲେ । ତେବେ ଶୌଚ ହେବା ପାଇଁ ଜୟ ରାମ ଖୁଣ୍ଟିଆ ଙ୍କ ୯ ବର୍ଷ ର ପୁଅ ଶ୍ରୀହରି ସହ ଚିକିଲି ଗ୍ରାମ ର ରାଗିଆ ପୋଖରୀ କୁ ଯାଇଥିଲେ ।
ତେବେ ୨ ଝିଅ ଓ ସହିତ ନାବାଳକ ପୋଖରୀ ରେ ଶୌଚ କରୁଥିବା ବେଳେ ଉକ୍ତ ତିନି ଜଣ ପିଲାଙ୍କ ଗୋଡ଼ ଖସି ଯାଇଥିଲା । ଫଳରେ ସେମାନେ ପୋଖରୀ ର ଗଭୀର ଜଳ ରେ ଭାସି ଯାଉଥିବା ଦେଖି ଜେଲିନା ନିଜ ଜୀବନ କୁ ବାଜି ଲଗାଇ ପୋଖରୀ କୁ ଲମ୍ଫ ପ୍ରଦାନ କରିଥିଲେ । ଗାଁ ଲୋକଙ୍କ ସାହାଯ୍ୟରେ ଦୁଇ ଭଉଣୀ ଓ ମଉସା ପୁଅ ଭାଇ କୁ ଉଦ୍ଧାର କରିବା ବେଳେ ବଡ ଭଉଣୀ ର ଜେଲିନା ଆଉ ନିଜକୁ ବଞ୍ଚାଇ ପାରି ନଥିଲା ।
ଗଭୀର ଜଳରେ ଅଣନିଶ୍ୱାସ ହୋଇ ବାହରିପାରିନଥିଲା ବଡ ଭଉଣୀ । ଏହା ଦେଖି ତତ୍କ୍ଷଣାତ୍ ଗାଁ ଲୋକେ ଜେଲିନା ଙ୍କୁ ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଗୁରୁତର ଅବସ୍ଥା ରେ ସେଲିନା ଓ ଶ୍ରୀହରି କୁ ଚିକିଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରଙ୍କ ଉଦ୍ୟମ ପରେ ଉଭୟ ସେଲିନା ଓ ଶ୍ରୀହରି ବିପଦମୁକ୍ତ ଥିବା ଡାକ୍ତର ପ୍ରକାଶ କରିଛନ୍ତି । ପୋଲିସ ଶବ କୁ ଜବତ କରି ଏକ ଅପମୃତୁ ମାମଲା ରୁଜ୍ଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।