Pratidin TV

Odisha's Digital News Platform

ନିର୍ବାଚନ କମିଶନର କଡା ତାଗିଦ୍ , ଗାଡିରେ ଅଧିକ ଟଙ୍କା ଧରି ଯାତ୍ରା କରୁଥିଲେ ରୁହନ୍ତୁ ସାବଧାନ ।

1 min read

ଯାଜପୁର ; ମତଦାନ ସମୟରେ ନଗଦ ଅର୍ଥ ସହିତ ଯାତ୍ରା କରୁଛନ୍ତି କି ସାବଧାନ ରୁହନ୍ତୁ ଏବଂ ନିଜ ଅର୍ଥରାଶିର ଏକ ଲିଖିତ ବିବରଣୀ ସାଙ୍ଗରେ ରଖନ୍ତୁ । କାରଣ ଭାରତ ସରକାରଙ୍କ ନିର୍ବାଚନ ଆୟୋଗର ନିୟମ ଅନୁଯାୟୀ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ରେ ନିର୍ବାଚନ ପୂର୍ବରୁ, ନଗଦ ଟଙ୍କା, ମଦ, ଅଳଙ୍କାର ଏବଂ ଅନ୍ୟାନ୍ୟ ସାମଗ୍ରୀ ର ପରିବହନ ଗତି ଉପରେ କଡା ସଜାଗ ରଖିବାକୁ ନିର୍ଦ୍ଦେଶ ଦେଇଛି ନିର୍ବାଚନ କମିଶନ ।

ତେଣୁ ପୋଲିସ, ଆୟକର ବିଭାଗ , ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ କାର୍ଯ୍ୟନିର୍ବାହୀ ସଂସ୍ଥାକୁ ବିସ୍ତୃତ ନିର୍ଦ୍ଦେଶ ଜାରି କରିଛନ୍ତି ସମସ୍ତ ଯାନ ବାହାନ, ରେଳବାଇ, ବିମାନ ବନ୍ଦର ରେ ଯାତାୟାତ କରୁଥିବା ଯାତ୍ରୀ ଙ୍କୁ କଡାକଡି ଭାବରେ ଚେକିଁଙ୍ଗ କରିବା ପାଇଁ କାରଣ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରାଜନୈତିକ ଦଳର କାର୍ଯ୍ୟବିଧି ଉପରେ ତାଦରଖ କରାଯାଉଛି ।

Advertisement

ଆହୁରି ମଧ୍ୟ ସମସ୍ତ ବ୍ୟାଙ୍କ୍ କୁ ଏବଂ ବ୍ୟାଙ୍କ୍ ର ଗ୍ରାହକ ଙ୍କୁ ଆବଶ୍ୟକ ରୁ ଉର୍ଦ୍ଧ୍ ନଗଦ ଟଙ୍କା ଟ୍ରାଞ୍ଜେକ୍ସନ୍ କୁ ଯାଞ୍ଚ କରାଯାଉଛି ।
ଏହି କ୍ରମରେ ଯାଜପୁର ଜିଲ୍ଲା ରେ ମଧ୍ୟ ନିର୍ବାଚନ କମିଶନ ର ପକ୍ଷରୁ କଡାକଡି ଚେକିଂ ଜାରି ରହିଛି । ଲଗାତାର ଭାବେ ଯାଜପୁର ର ଷଠିପୁର, ପାଣି କୋଇଲି, ରଗଡି ଆଦି ସ୍ଥାନ ରେ ପୋଲିସ ମୁତୟନ ରହି ସମସ୍ତ ଗାଡି କୁ ଯାଞ୍ଚ କରୁଛନ୍ତି

Leave a Reply

Your email address will not be published. Required fields are marked *