Pratidin TV

Odisha's Digital News Platform

ସରିଲା ନିର୍ବାଚନ , ବଢିଲା ପରିବା ଦର ।

1 min read

ଭୁବନେଶ୍ୱର ; ଓଡିଶାରେ ନିର୍ବାଚନ ସରିବା ପରେ ଖାଉଟିଙ୍କ ଚିନ୍ତା ବଢିଛି । କାରଣ ଗୋଟେପଟେ ଚାଉଳ,ଡାଲି,ତେଲ ,ଅଦା,ରସୁଣ ଇତ୍ୟାଦିର ଦାମ ବଢିବା ସହ ଏବେ ପରିବା ଦର ମଧ୍ୟ ଆକାଶ ଛୁଆଁ ହୋଇଛି । ସେ ହାଟ ହେଉ କି ବଜାର ସବୁଠି ପରିବା ଦର ଆକାଶ ଛୁଆଁ ।

ଅଧିକାଂଶ ପରିବାର ରେଟ୍ ୮୦ ଟଙ୍କା ଉପରେ । କଟକ ଛତ୍ରବଜାର ପରିବା ମାର୍କେଟରେ ବାଇଗଣ କିଲୋ ୨୦ରୁ ୪୦ ଟଙ୍କା ରହିଛି । କାକୁଡି ୮୦, ଝୁଡଙ୍ଗ ୧୦୦ ଟଙ୍କା ରହିଛି । ସେହିପରି ପୋଟଳ ୮୦ ଟଙ୍କା ଓ ଜହ୍ନି ୬୦ ଟଙ୍କାରେ ବିକ୍ରି ହେଉଛି । ଅଦା ରସୁଣ ବି ଏଥିରୁ ବାଦ ପଡିନାହାଁନ୍ତି । ପରିବା ଉଚ୍ଚ ଦର ଯୋଗୁଁ ମଧ୍ୟବିତ୍ତ ଗ୍ରାହକଙ୍କ ପାଇଁ ପରିବା କିଣିବା କଷ୍ଟକର ହେଉଛି ।
ବିନ୍ସ- ୧୨୦
ସିମଲା- ୧୪୦
କାଙ୍କଡ଼- ୮୦
ଟମାଟୋ- ୬୦
ପୋଟଳ- ୫୦
ଗାଜର- ୩୦
କୁନ୍ଦୁରୀ- ୪୦
ଜହ୍ନି- ୫୦
ଆଳୁ- ୩୦
ପିଆଜ- ୪୫
କଖାରୁ- ୧୫

Advertisement

Leave a Reply

Your email address will not be published. Required fields are marked *