Pratidin TV

Odisha's Digital News Platform

ପ୍ରକାଶ ପାଇଲା ନିର୍ବାଚନ ବିଜ୍ଞପ୍ତି….ଜୁନ ୧ ରେର ହେବ ଚତୁର୍ଥ ପର୍ଯ୍ୟାୟ ଭୋଟ

ପ୍ରକାଶ ପାଇଲା ଓଡିଶାରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି | ରାଜ୍ୟରେ ଚା ଲୋକସଭା ଆସନ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା ଓ ଜଗତସିଂହପୁରରେ ଭୋଟ ଗ୍ରହଣ ହେବ | ଏହି ଅଧୀନରେ ଥିବା ସମସ୍ତ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ | ଜୁନ ୧ ରେ ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ହେବ | ଆଜିଠାରୁ ନାମାଙ୍କନ ଦାଖଲ ଆରମ୍ଭ ହେବା ସହ ମେ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ଦାଖଲ ପ୍ରକ୍ରିୟା | ୧୫ ତାରିଖରେ ନାମାଙ୍କନ ଯାଞ୍ଚ ପରେ ୧୭ ତାରିଖ ଦିନ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି |

Leave a Reply

Your email address will not be published. Required fields are marked *