Pratidin TV

Odisha's Digital News Platform

ବାତ୍ୟା ପୂର୍ବରୁ ଗୋଦାମରେ ରେଡ୍ ପକାଇଲା ଏନ୍ଫୋରସମେଣ୍ଟ ଟିମ ।



ଭଦ୍ରକ ; ବାତ୍ୟା ଦାନା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ଭଦ୍ରକ ଜିଲ୍ଲାପ୍ରଶାସନ ତରଫରୁ ଏକ ଏନ୍ଫୋରସମେଣ୍ଟ ଟିମ ଭଦ୍ରକ ରେ ଯୋଗାଣ ବିଭାଗ ଟିମ ସହ ଉପଜିଲ୍ଲାପାଳ ଆସି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଗୋଦାମ ଉପରେ ଚଢ଼ାଉ କରିଛନ୍ତି । କାରଣ ବାତ୍ୟା ଆସିଲେ ଅତ୍ୟାବଶ୍ୟକ ସାମଗ୍ରୀ ର କଳାବଜାରୀ କରନ୍ତି ତଥା ଦରଦାମ ମନ ଇଛା ବୃଦ୍ଧିକରିଥାନ୍ତି ।

 ତେଣୁ କିପରି ଦରଦାମ ବୃଦ୍ଧି ଉପରେ ରୋକ ଲଗାଇହେବ ସେଥପାଇଁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆଳୁ ଗୋଦାମ ଉପରେ ଚଢ଼ାଉ କରାଯାଇଛି ଏବଂ ଗୋଦାମ ମାଲିକ ମାନଙ୍କୁ ତାଗିଦ କରାଯାଇଛି କି ମନଇଛା ଦର ବୃଦ୍ଧି ନକରି ସରକାର ଙ୍କ ନିୟମକୁ ମାନି ବିକ୍ରି କରନ୍ତୁ । ସେହିପରି ପ୍ରତ୍ୟକ ବ୍ଲକ ର ତହସିଲଦାର ମାନଙ୍କୁ ମଧ୍ୟ ନିର୍ଦେଶ ଦିଆଯାଇଛି ନିଜ ବ୍ଲକ ରେ ଥିବା ବଜାର ମାନଙ୍କରେ କଳାବଜାରୀ ରୋକିବା ପାଇଁ ସଜାଗ ରୁହନ୍ତୁ ଓ ସମୟ ସମୟ ରେ ଯାଞ୍ଚ ମଧ୍ୟ କରିବେ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

Leave a Reply

Your email address will not be published. Required fields are marked *