Pratidin TV

Odisha's Digital News Platform

ରାଜନୀତିରେ ସମସ୍ତେ ଭିନ୍ନ , ହେଲେ ଏକାଠି ବସି ନବାନ୍ନ ଖାଇଲେ ଉପମୁଖ୍ୟମନ୍ତ୍ରୀଙ୍କ ପୁରା ପରିବାର ।

ବଲାଙ୍ଗୀର ; ପୁରାତନ ପାଟଣା ତଥା ବଲାଙ୍ଗୀର ର ରାଜ ପରିବାର ରେ ଅଛନ୍ତି ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହ ଦେଓ । ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହ ଦେଓ, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓ ।

ଆଜି ନୂଆଁଖାଇ ରେ ଏମାନେ ସମସ୍ତେ ମିଶି ଏକାଠି ନବାନ୍ନ ଖାଇଛନ୍ତି । ରାଜନୈତିକ କ୍ଷେତ୍ରରେ ରାଜ ପରିବାର ଅଲଗା ଅଲଗା ଦଳକୁ ପ୍ରତିନିଧିତ୍ଵ କରୁଥିଲେ ହେଁ ଗୋଟିଏ ସ୍ଥାନରେ ନବାନ୍ନ ଗ୍ରହଣ କରିବ ନିଜ ପରିବାର ର ଏକତାର ପରିଚୟ ଦେଇଛନ୍ତି।

ବଲାଙ୍ଗୀର ଶୈଳେଶ୍ରୀ ପେଲେସରେ ଆଜି ନୂଆଖାଇ ପର୍ବ ପାଳିତ ହୋଇଯାଇଛି । କନକ ବର୍ଦ୍ଧନ ସିଂହଦେଓ ଙ୍କ ପରିବାର ଓ ଅନଙ୍ଗ ଉଦୟ ସିଂହ ଦେଓଙ୍କ ପରିବାର ଏକାଠି ହୋଇ ନୂଆ ଅନ୍ନ ଗ୍ରହଣ କରିଥିଲେ । ସାଥିରେ କଳିକେଶ ଙ୍କ ଧର୍ମପତ୍ନୀ ମେଘନା, ଝିଅ ଓ ବଡଭାଇ ମନ୍ମଥ ସିଂହ ଦେଓ ମଧ୍ୟ ଉପସ୍ଥିତ ଥିଲେ ।

ପେଲେସ ରେ ଥିବା ମଣ୍ଡପରେ ସେମାନେ ଏକଠୀ ହେବା ପରେ ରାଜପୁରୋହିତ ସନ୍ତୋଷ ଦାଶ ପୂଜାର୍ଚ୍ଚନା କରି ନୂଆ ଖାଇବାକୁ କହିଥିଲେ । ଏହି ଅବସରରେ ସେମାନେ ସମସ୍ତଙ୍କୁ ନୂଆଖାଇ ଶୁଭେଚ୍ଛା ଓ ଜୁହାର ଜଣାଇବା ସହିତ ସମସ୍ତଙ୍କର ମଙ୍ଗଳ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *