Pratidin TV

Odisha's Digital News Platform

ଚିକିତ୍ସାଳୟରେ ଲୋକଙ୍କ ଭିଡ ଦେଖି ସାଜୁଥିଲେ ନକଲି ଡାକ୍ତର…

1 min read

ବାଲେଶ୍ୱର: ନକଲି ଡାକ୍ତର ସାଜି କରୁଥିଲେ ରୋଗୀଙ୍କର ଚିକିତ୍ସା । ଚିକିତ୍ସାଳୟକୁ ରୋଗୀ ଆସିଲେ ନିଜକୁ ଡାକ୍ତରର ପରିଚୟ ଦେଇ ସେମାନଙ୍କର ଚିକିତ୍ସା କରୁଥିଲେ । ହେଲେ ଧରା ପଡିଗଲା ସତ । ଡାକ୍ତର ସାଜି ଲୋକଙ୍କୁ ଭୁଆଁ ବୁଲାଉଥିବା ଡାକ୍ତରଙ୍କୁ ଧରିନେଲେ ଲୋକେ । ବର୍ତ୍ତମାନ ବାଲେଶ୍ୱର ଜିଲ୍ଲା ଟାଉନ ଥାନାରେ ନକଲି ଡାକ୍ତରଙ୍କୁ ଅଟକ ଅଟକ ରଖାଯାଇଛି । ଅଭିଯୁକ୍ତ ଡାକ୍ତର ଜଣଙ୍କ ହେଉଛନ୍ତି ଜଣେ ମିଡିସିନ ରିପ୍ରେଜେଣ୍ଟିଭ । ତାଙ୍କ ଘର ଜଳେଶ୍ୱର ଅଞ୍ଚଳରେ । ସୂଚନା ମୁତାବିକ ଆଜି ସକାଳ ସମୟରେ ତାଙ୍କର ଜଣେ ସମ୍ପର୍କୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଆସିଥିଲେ । ଆଉ ସେହି ନକଲି ଡାକ୍ତର ଜଣକ ଚିକିତ୍ସାଳୟରେ ଭିଡ ଦେଖି ତୁରନ୍ତ ଚିକିତ୍ସା ପାଇଁ ସେ ନିଜେ ମିଛ ଡାକ୍ତର ସାଜିଥିଲେ । ଆଉଟଡୋରରେ ଟିକଟ କରି ନିଜେ ପ୍ରେସକ୍ରାଇବ କରିଥିଲେ । ଏକଥା ଜଣା ପଡିବା ପରେ ତାଙ୍କ ନାଁରେ ବାଲେଶ୍ୱର ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ପରେ ପୋଲିସ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତାଙ୍କୁ ଥାନାକୁ ନେଇ ପଚରା ଉଚରା କରିବା ସହ ତଦନ୍ତ ଜାରି ରଖିଛି ।

Advertisement

Leave a Reply

Your email address will not be published. Required fields are marked *