ପୁଅ ନିଖୋଜ ପରେ, ବାରହା ଶିିକାର ପାଇଁ ବିଛାଇଥିବା ବିଦ୍ୟୁତ ତାରରେ ପୁଅର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଆଣିଲେ ଅଭିଯୋଗ..
1 min readରାୟଗଡା : ୧୫ଦିନ ହେଲାଣି ପୁଅର ମିଳୁ ନି ପତ୍ତା । କିଏ କହୁଛି ତାର ମୃତ ହୋଇଛି ତ ପୁଣି କିଏ କଉଁଛି ସେ କୁଆଡେ ଚାଲିଯାଇଛି । ପରିବାର ଲୋକେ ପୁଅ କୁ ଚାରିଆଡେ ଖୋଜି ଖୋଜି ନୟାନ୍ତ ହୋଇ ପଡିଲେଣି । ତଥାପି ମିଳିଲାନି ପୁଅର ପତ୍ତା । ଶେଷରେ ଥାନା ର ଦ୍ୱାରସ୍ଥ ହୋଇଛି ପରିବାର । ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ମହତପୁଟଖୁରି ଗ୍ରାମର ସୁନା ମାଝୀଙ୍କ ପୁଅ ବିଶେଶ୍ୱର ମାଝୀ ଗତ ଅକ୍ଟୋବର ୨୦ ତାରିଖରୁ ନିଖୋଜ ହୋଇ ଯାଇଛନ୍ତି । ଏନେଇ ବହୁ ଖୋଜା ଖୋଜି କରିବା ପରେ ଗତକାଲି କାଶିପୁର ଥାନା ରେ ପରିବାର ପକ୍ଷରୁ ଏତଲା ଦିଆଯାଇଛି । ତେବେ ଅଭିଯୋଗ ପରେ ସନ୍ଦେହରେ ପୋଲିସଙ୍କୁ ଉପସ୍ଥିତିରେ ମାଟି ଖୋଳାଯାଇଥିବା ବେଳେ ଏକ ମୃତଦେହ ଜବତ କରାଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ସେ ବିଶେଶ୍ୱରଙ୍କ ବୋଲି ଜଣା ପଡିଛି ।
ତେବେ ପୁଅର ଢ଼ୃତ ହୋଇଥିବା ନେଇ ବିଶ୍ୱାସ କରି ପାରି ପରିବାର । ତେବେ ଡାଲିଗୁଡା ଗ୍ରାମରୁ ମହତପୁଟଖୁରି ଗାଁ କୁ ଯିବା ରାସ୍ତାରେ କେହି ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିବା ବେଳେ ସେହି ରାସ୍ତା ଦେଇ ବିଶେଶ୍ୱର ମାଝୀ ଆସୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟ ବରଣ କରିଥିବା ନେଇ କଥା ଏବଂ ମୃତ ପରେ ମୃତଦେହକୁ ଶିକାରିମାନେ ଲୁଚାଇ ନେଇ ପୋତି ଦେଇଛନ୍ତି ବୋଲି ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି ।
ତେବେ ଗ୍ରାମବାସୀ ମାନେ ନିଖୋଜ ଥିବା ବିଶ୍ୱେସର ଙ୍କୁ ପାହାଡ ପର୍ବତ ରେ ଖୋଜାଖୋଜି କରିବାପରେ ମଧ୍ୟ କୌଣସି ସନ୍ଧାନ ପାଇପାରୁ ନ ଥିଲେ । ପୁଅର କିଛି ଖବର ନପାଇବାରୁ ପରିବାର ଲୋକେ ପରେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି । ରାୟଗଡ଼ା ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଟିକିରି ଥାନା ଓଓଉ ଓ କାଶୀପୁର ଥାନା ଓଓଉ ସୂର୍ଯ୍ୟ ପ୍ରକାଶ ନାୟକ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ପୋତା ଯାଇଥିବା ଶବକୁ ଖୋଳି ବାହାର କରି ବ୍ୟବଚ୍ଛେଦ କରିଥିଲେ । ତେବେ ଏହି ଘଟଣାରେ ବର୍ତ୍ତମାନ ୨ଜଣଙ୍କୁ ଗିରଫ କରାଯାଇ ଥିବା ସହ ପୋଲିସ ଅଧିକ ତଦନ୍ତ ଚାଲି ଥିବା ଜଣା ପଡ଼ିଛି ।