ଏକାଡେମୀରେ ଛାତ୍ର ମୃତ୍ୟୁକୁ ନେଇ ଉତେଜନା…ଯୋଜନା ବଦ୍ଧ ହତ୍ୟାକାଣ୍ଡ ଅଭିଯୋଗ ଆଣିଲେ ପରିବାର ଲୋକେ
1 min readଜଗତସିଂହପୁର ଗୋପାଳସାଗର ସ୍ଥିତ ଶ୍ରୀସାଇ ଆଵାକସ ଏକାଡେମୀ ଗୃହରେ ଛାତ୍ର କରିଛନ୍ତି ଆତ୍ମହତ୍ୟା | ତେବେ ଛାତ୍ରଙ୍କ ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖାଦେଇଛି | ପ୍ରଶ୍ନର ବିଷୟ ଏହା ଯେ ପ୍ରକୃତରେ ଛାତ୍ର ଜଣକ ଆତ୍ମହତ୍ୟା କରିଛନ୍ତ୍ତି ନା ଛାତ୍ରଟିକୁ ଯୋଜନା ବଦ୍ଧ ଭାବେ ହତ୍ୟା କାରାଯାଇଛି ତାହା ତଦନ୍ତ ସାପେକ୍ଷ |
ସୂଚନା ଅନୁଯାୟୀ ଜଗତସିଂହପୁର ଜ଼ିଲ୍ଲା ବିରିଡି ଅଣଖିଆ ବାଲିଆ ଗୋପୀନାଥପୁର ଅଞ୍ଚଳ ର ବିଭୁତି ଭୂଷଣ ସ୍ୱାଇଁଙ୍କ ପୁଅ ବିଶ୍ୱଜିତ ସ୍ୱାଇଁ ଗାନ୍ଧିଛକ ସ୍ଥିତ ସୁଧାନନ୍ଦ ବିଦ୍ୟାଳୟରେ ୧0ମ ଶ୍ରେଣୀ ରେ ପାଠ ପଢୁଥିଲେ | ଦୀର୍ଘ ୮ ମାସ ହେବ ଗୋପାଳ ସାଗର ସ୍ଥିତ ଶ୍ରୀ ସାଇ ଅବାକସ ଏକାଡେମୀରେ ରହି ପାଠ ପଢୁଥିଲେ | ପ୍ରତି ସପ୍ତାହରେ ବିଶ୍ୱଜିତର ବାପା ବିଭୁତିଭୂଷଣ ପୁଅର ଭଲ ମନ୍ଦ ଆସି ବୁଝୁଥିଲେ | ଅନେକ ସମୟରେ ବିଶ୍ୱଜିତ ର ଭଲ ପାଠ ନହେବାରୁ ଶିକ୍ଷକ ମାନେ ଆକଟ କରୁଥିଲେ ଏବଂ ସାଙ୍ଗ ସାଥି ମାନେ ରାଗିଙ୍ଗ ମଧ୍ୟ୍ୟ କରୁଥିଲେ |
ତେବେ ରବିବାର ଦିନ ସାଙ୍ଗଙ୍କ ସହ ବଚସା ହୋଇଥିଲା | ସମସ୍ତ ଛାତ୍ର ବିଳମ୍ବିତ ରାତିରେ ତଳ ମହଲା ରେ ଶୋଇଥିଲେ | ଆଶ୍ଚର୍ଯ୍ୟର ବିଷୟ ଏହା ଯେ ରବିବାର ଦିନ ସ ଏକାଡେମୀରୁ ବିଦ୍ୟୁତ ବିଛିନ୍ନ ହୋଇଥିଲା | ତେବେ କିଏ କରିଥିଲା ନା ହୋଇଥିଲା ତାହା ତଦନ୍ତ ପରେ ଜଣାପଡିବ | ଏକାଡେମୀ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ବିଶ୍ୱଜିତ ରସି ଲଗାଇ ଆତ୍ମହତ୍ୟା କରିଥିଲେ | ସୂଚନା ପାଇ ପୋଲିସକୁ ସୂଚନା ଦେବା ପୂର୍ବରୁ କର୍ତ୍ତୃପକ୍ଷ ଝରକା ପଟେ ସମସ୍ତ ଘଟଣା ଦେଖିବା ପରେ ତରବରିଆ ଭାବେ ଘରର କବାଟ ଭାଙ୍ଗି ବିଶ୍ୱଜିତ ବେକରୁ ରସି କାଟିଥିଲେ | ପରେ ଅନେକ ବିଳମ୍ବରେ ଏକାଡେମୀ କର୍ତ୍ତୃପକ୍ଷ ବିଶ୍ୱଜିତର ବାପା ବିଭୁତି ଭୂଷଣ ଏବଂ ମା ବିଜୟଲକ୍ଷ୍ମୀଙ୍କୁ ପୁଅର ମୃତ୍ୟୁ ଖବର ଦେବାପରେ ଘଟଣା ସ୍ଥଳରେ ବିଭୁତି ଭୂଷଣ ଏବଂ ଆତ୍ମୀୟ ସ୍ୱଜନ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ପୋଲିସ ଅଭିଯୋଗ କରିଥିଲେ | ଜଗତସିଂହପୁର ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି |