Pratidin TV

Odisha's Digital News Platform

ଚିନ୍ତାରେ ଚାଷୀ , ଧାନ ଗଛରେ ଥୋଡି ଧରିଲାଣି ହେଲେ ବିଲରେ ନାହିଁ ପାଣି …

1 min read

ଜଟଣୀ : ଧାନ ଥୋଡ଼ ଧରିଛି । ମାତ୍ର କିଛି ସପ୍ତାହରେ ଚାଷୀଟିଏ ଅମଳ କରିବ ବର୍ଷ ଯାକର ଆହାର । କିନ୍ତୁ ବର୍ଷା ଅଭାବରୁ ବିଲରେ ପାଣି ନାହିଁ,ଚାଷ ଜମି ଫାଟି ଆଁ କଲାଣି । ଚିନ୍ତାରେ ପଡିଛନ୍ତି ଚାଷୀ । ମାଣେ କି ଦୁଇ ମାଣ ନୁହେଁ, ପାଖାପାଖି ହଜାରେ ଏକର ଚାଷ ଜମି ଏବେ ମରୁଡି ମୁଁହା । ବର୍ଷା ଅଭାବରୁ ଧାନ ଜମି ଟାଙ୍ଗରା ଭୂଇଁ ପାଲଟିଲାଣି । ଏଭଳି ଦୃଶ୍ୟ ହେଉଛି ଜଟଣୀ ବ୍ଲକ ବେଣାପଞ୍ଜରୀ ଗାଁର ।

ଏଠାରେ ଗୋଟିଏ ଗହୀରେ ହଜାରେ ଏକରରୁ ଅଧିକ ଜମି ଧାନ ଚାଷ ହୋଇଛି । ଅଧାରୁ ଅଧିକ ଲୋକ ଏଠି ଭାଗ ଚାଷୀ । କିଏ କାନଫୁଲ ବନ୍ଧା ପକାଇ ଦେଇଛି, ଆଉ କିଏ ନିଜ ଘର ଜମି ପଟା ବନ୍ଧା ପକାଇ ଚାଷ କରିବାକୁ କରଜ ଆଣିଛି । ତେବେ ବର୍ଷା ଅଭାବରୁ ଏଠାରେ ଧାନ ଅମଳ ପୂର୍ବରୁ ହିଁ ଗଛ ମରିଯିବାର ଆଶଙ୍କା ଦେଖା ଦେଇଛି । ଚାଷୀମାନଙ୍କ କହିବା ଅନୁସାରେ ଏଠାରେ ଜଳ ସେଚନ ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ । ନିକଟରେ ଥିବା ଆରୁହା ବନ୍ଧ ରେ ଯଦି ପ୍ରଶାସନ ପକ୍ଷରୁ ପାଣି ମୋଟର ବ୍ୟବସ୍ଥା କରାଯାଇ ପାରନ୍ତା ତେବେ ସବୁ ଧାନ ଜମିକୁ ପାଣି ଆସି ପାରନ୍ତା ବୋଲି କହିଚନ୍ତି ଚାଷୀ ଭାଇ ।

Advertisement

Leave a Reply

Your email address will not be published. Required fields are marked *