Pratidin TV

Odisha's Digital News Platform

୨୩ଦିନ ପରେ ବି ନିଜ ରୋଜଗାରିଆ ପୁଅକୁ ଖୋଜି ପାଉନି ବାପା …

1 min read


ଜଗତସିଂହପୁର: ଘରର ଭେଣ୍ଡିଆ ପୁଅ । ବିଦେଶରେ ଭଲ ଚାକିରୀ ଖଣ୍ଡିଏ କରିଥିଲା । ଆଉ ପୁଅ ସହ ଯୋଗାଯୋଗ ରଖିଥିଲେ ପରିବାର ଲୋକେ । ହେଲେ ଦିନକ ଆଗରୁ ଯେଉଁ ପୁଅ ବାପା ସହ ଭଲରେ କଥା ହୋଇଥିଲା । ଦିନକ ପରେ ତାର ମୃତ୍ୟୁ ଖବର ଶୁଣି ବାପାଙ୍କ ପାଦତଳୁ ଯେପରି ମାଟି ଖସି ଯାଇଛି । ପାଗଳଙ୍କ ପରି ଖୋଜୁଛନ୍ତି ନଜିର ପୁଅକୁ । ହଁ ଆଜ୍ଞା ଏମିତି ଏକ ଦୁଃଖଦ ଖବର ଦେଖିବାକୁ ମିଳିଛି ଜଗତସିଂହପୁର ଜ଼ିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ମାଣତ୍ରୀ ବେତମଲିଆ ଗ୍ରାମରେ । ଗାଁର ଶେଖ ସବିର ଉଦ୍ଦିନଙ୍କ ଘରେ ଆଜିକୁ୨୩ ଦିନ ହେବ ଚୁଲି ଜଳୁନାହିଁ । କାରଣ ଘର ଉପରେ ଛିଡି ପଡିଛି ଦୁଃଖର ପାହାଡ । ୨୩ ଦିନନ ପରେ ବି ବାପ ତାର ରୋଜଗାରିଆ ପୁଅକୁ ଖୋଜି ପାଉନାହିଁ ।


ସୂଚନା ମୁତାବିକ ମାଣତ୍ରୀ ବେତମଲିଆ ଗାଁର ସବିରଉଦ୍ଦିନଙ୍କ ପୁଅ ସେକ ସାହିଲ ଉଦ୍ଦିନ ଦୀର୍ଘ ୫ ମାସ ହେବ ନିୟୁରସ ମାରାଇନ ବୁମ୍ବାଇ ଏବି ପୋଷ୍ଟରେ କାର୍ଯ୍ୟ କରୁଥିଲେ । ସେ ଜାହାଜରେ ଦୁବାଇରୁ ଇରାନ ଅଭିମୁଖେ ନିଜ ଡ୍ୟୁଟି କରୁଥିଲେ । ଆଉ ସେପ୍ଟେମ୍ବର ମାସ ୬ ତାରିଖରେ ସାହିଲ ତାଙ୍କ ପରିବାର ସହ କଥା ବାର୍ତ୍ତା ମଧ୍ୟ୍ୟ ହୋଇଥିଲେ । ହେଲେ ସେଦିନ ତାଙ୍କର ଶେଷ କଲ୍ ଥିଲା । ପରିବାର ସହିତ ପୁଅ ର ଶେଷ କଥା ହୋଇଥିଲା । ଆଉ ପରଦିନ ଅର୍ଥାତ ସେପ୍ଟେମ୍ବର ୭ ତାରିଖ ବିଳମ୍ବିତ ରାତିରେ ସାହିଲ ଙ୍କ ବାପା ସବିର ଉଦ୍ଦିନଙ୍କ ପାଖକୁ ଏକ ନମ୍ବରରୁ ଫୋନ୍ କଲ ଆସିଥିଲା । ଫୋନରେ କେହି କହିଥିଲେ ଯେ ତୁମ ପୁଅ ର ମୃତ୍ୟୁ ହୋଇଛି ବୋଲି ହେଲେ ଏକଥାକୁ ସହଜବରେ ଗ୍ରହଣ କରିପାରିନଥିଲେ ସବିର । ସାବିର ସେ କଥାରେ ବିଶ୍ୱାସ କରିନଥିଲେ ବରଂ ତାଙ୍କ ପୁଅ ମୃତ୍ୟୁର ପ୍ରମାଣ ବା ଫଟୋ କିମ୍ବା ଭିଡିଓ ପଠାନ୍ତୁ ବୋଲି କହିଥିଲା । ହେଲେ ୨୩ଦିନ ବିତିଯାଇଥିଲେ ସୁଦ୍ଧା ପୁଅ ର କୌଣସି ସନ୍ଧାନ ମିଳୁନାହିଁ ।

Advertisement


ଅପରପକ୍ଷରେ ସାବିରଙ୍କୁ କୁହାଯାଇଛି ଯେ ତୁମ ପୁଅର ମୃତ ଶରୀର ପାଇବା ପାଇଁ ଏକ ଆଫିଡେଭିଡ ଦିଅ । ଆଉ ମୃତ୍ ଶରିର ପାଇବା ପରେ କୌଣସି ଅଭିଯୋଗ କରି ପାରିବେ ନାହିଁ । ଏହା ପରେ ବାପା ନିରୁପାୟ ହୋଇ ଆଜି ରେଜିଷ୍ଟ୍ରୀ ପତ୍ର ଦ୍ୱାରା ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓଡ଼ିଶା, ଜିଲ୍ଲାପାଳ, ଏସପି ଜଗତସିଂହପୁର ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେବେ ପୁଅକୁ ବିଦେଶରେ ଅପହରଣ ନାଁରେ ହତ୍ୟା କରାଯାଇଥିବା ନେଇ ବାପା ଜଣଙ୍କ ସନ୍ଦେହ କରୁଥିବା ବେଳେ ଏହାର ସଠିକ ତଦନ୍ତ ପାଇଁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *