Pratidin TV

Odisha's Digital News Platform

୬ଦିନରେ ବି କୋଟି କୋଟି ଟଙ୍କା ରୋଜଗାର କରୁଛି ଫିଲ୍ମ ଆନିମଲ.. ବଢିଚାଲିଛି ରଣବୀର-ରଶ୍ମିକାଙ୍କ କ୍ରେଜ..

1 min read

ରଣବୀର କପୁରଙ୍କ ଫିଲ୍ମ’ଆନିମଲ’ର କ୍ରେଜ ସାରା ବିଶ୍ୱରେ ଦେଖିବାକୁ ମିଳିଛି । ଆଜିକୁ ୭ ଦିନ ତଳେ ଫିଲ୍ମଟି ବଡ ପରଦାକୁ ଆସିଥିଲା । ତେବେ ଯେବେ ଠାରୁ ଫିଲ୍ମ ରିଲିଜ ହୋଇଛି ସେବେଠୁ ପ୍ରତିଦିନ ଏକ ନୂଆ ରେକର୍ଡ ସୃଷ୍ଟି କରୁଛି । କେତେ ବର୍ଷ ପରେ, ଏହି ଚଳଚ୍ଚିତ୍ର ମାଧ୍ୟମରେ ରଣବୀରଙ୍କ ଅଭିନୟରେ ଲୋକମାନେ ବେଶ୍ ପ୍ରଭାବିତ ହୋଇଛନ୍ତି । ଏହା ବ୍ୟତୀତ ସୋସିଆଲ ମିଡିଆରେ ଏହି ଚଳଚ୍ଚିତ୍ରକୁ ବହୁତ ପ୍ରଶଂସା ମଧ୍ୟ କରାଯାଉଛି । ତା ଭିତରେ ବର୍ତ୍ତମାନ ଫିଲ୍ମର ଷଷ୍ଠ ଦିନର ସଂଗ୍ରହ ମଧ୍ୟ ପ୍ରକାଶ ପାଇଛି । ଏହାର ରିଲିଜ ଦିନରେ ବିପୁଳ ଅର୍ଥ ଉପାର୍ଜନ କରିଥିବା ଏହି ଚଳଚ୍ଚିତ୍ର ଏକ ସପ୍ତାହ ମଧ୍ୟରେ ବକ୍ସ ଅଫିସରେ ରାଜ କରୁଛି ।ପ୍ରଥମ ଥର ପାଇଁ ଏହି ଫିଲ୍ମରେ ସ୍କ୍ରିନ ସେୟାର କରିଛନ୍ତି ରଣବୀର କପୁର ଏବଂ ରଶ୍ମିକା ମନ୍ଦାନା । ଉଭୟ କେମେଷ୍ଟି ସହ ଜବରଦସ୍ତ ଆକ୍ଟିଂ ଲୋକଙ୍କୁ ବେଶ ପ୍ରଭାବିତ କରିଛି । ରଣବୀର କପୁର ଏବଂ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ଆନିମଲ ଦର୍ଶକଙ୍କ ଠାରୁ ବହୁତ ଭଲ ଦେଇ ଆସୁଛନ୍ତି ।

ଏହି ଫିଲ୍ମ କେବଳ ଘରୋଇ ବକ୍ସ ଅଫିସରେ ନୁହେଁ ସାରା ବିଶ୍ୱରେ ତରଙ୍ଗ ସୃଷ୍ଟି କରୁଛି । ରିପୋର୍ଟ ଅନୁଯାୟୀ, ରିଲିଜ୍ ହେବାର ଷଷ୍ଠ ଦିନରେ ଫିଲ୍ମ ଆନିମଲ ୫୦୦ କୋଟି ଟଙ୍କା ଅତିକ୍ରମ କରିସାରିଛି । ଏହି ଚଳଚ୍ଚିତ୍ରଟି ୫ ଦିନରେ ୪୮୧ କୋଟି ଟଙ୍କା ବ୍ୟବସାୟ କରିଥିଲା । ଏହା ସହ ଏହି ଚଳଚ୍ଚିତ୍ର ରଣବୀରଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ତାଲିକାରେ ଶୀର୍ଷରେ ପହଞ୍ଚିଛି । ତେବେ ଘରୋଇ ବକ୍ସ ଅଫିସରେ ଏହା ଅଧିକ ରୋଜଗାର ହୋଇଥିଲା । ଯଦି ଆମେ କେବଳ ଦେଶର ବକ୍ସ ଅଫିସ୍ ବିଷୟରେ କଥା ହେବା ଆନିମଲ ସହଜରେ ୩୦୦ କୋଟି ଟଙ୍କା ରୋଜଗାର କରିସାରିଲାଣି । ରିପୋର୍ଟକୁ ଭିତ୍ତ ିକରି ଏହି ଚଳଚ୍ଚିତ୍ର ଭାରତର ଷଷ୍ଠ ଦିନରେ ୩୦ କୋଟି ଟଙ୍କା ସଂଗ୍ରହ କରିଛି ।

Advertisement

ଏହା ସହିତ ଏହି ଚଳଚ୍ଚିତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ପ୍ରାୟ ୩୧୩ କୋଟି ଟଙ୍କା ରୋଜଗାର କରିଛି । ଏହି କାରଣରୁ ରଣବୀର କପୁରଙ୍କ ଅଭିନୟକୁ ନେଇ ସମସ୍ତେ ପାଗଳ ହୋଇଯାଇଛନ୍ତି । ତେବେ ଫିଲ୍ମର ବାକି ଷ୍ଟାର କାଷ୍ଟଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି । ଆନିମଲର ହିନ୍ଦୀ ସଂସ୍କରଣ ଏପର୍ଯ୍ୟନ୍ତ ୨୭ କୋଟି ଟଙ୍କା ଆୟ କରିଛି । ଆଶା କରାଯାଉଥିବା ଠାରୁ ଭଲ ପ୍ରଦର୍ଶନ କରିଛି ଏହି ଫିଲ୍ମ । ସେଥିପାଇଁ ନିର୍ମାତାମାନେ ବର୍ତ୍ତମାନ ଏହାର ଦ୍ୱିତୀୟ ଭାଗର ସୁଟିଂ ବିଷୟରେ କହୁଛନ୍ତି । ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗା ମଧ୍ୟ ଏହା ଉପରେ କାମ ଆରମ୍ଭ କରିଛନ୍ତି । ବର୍ତ୍ତମାନ ଏହି ୩ ଘଣ୍ଟା ୨୧ ମିନିଟର ଲମ୍ବା ଚଳଚ୍ଚିତ୍ର ବକ୍ସ ଅଫିସରେ କେତେ ଅଧିକ ରୋଜଗାର କରୁଛି ତାହା ଦେଖିବା ମଜାଦାର ହେବ ।

Leave a Reply

Your email address will not be published. Required fields are marked *