Pratidin TV

Odisha's Digital News Platform

ଭଦ୍ରକରେ ଲାଗିଛି ଅଶାନ୍ତିର ନିଆଁ ଭଦ୍ରକ ; ଶାନ୍ତି ଫେରାଇ ଆଣିବା ପାଇଁ ପୋଲିସର ଫ୍ଲାଗ୍‌ମାର୍ଚ୍ଚ ।

1 min read

ପୁଣି ଅଶାନ୍ତ ଭଦ୍ରକ । ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ତେଜିଛି ଅଶାନ୍ତି । ପୋଲିସ ଉପରକୁ ଆକ୍ରମଣ ଘଟଣାରେ ଶାନ୍ତି ବଜାଇ ରଖିବାକୁ ଜିଲ୍ଲା ପ୍ରଶାସନ ଲୋକଙ୍କୁ ଅପିଲ୍ କରିଛି ।

ଏନେଇ ଭଦ୍ରକ ସହରର ଟି ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୬୩ ଧାରା ଜାରି ରହିଛି । ତାସହ ରାତି ଅଧରୁ ଭଦ୍ରକ ପୋଲିସ ଏବଂ ରାପିଡ୍ ଆକ୍ସନ ପୋଲିସ୍ ଶାନ୍ତି ଫେରାଇ ଆଣିବାକୁ ଫ୍ଲାଗ୍ମାର୍ଚ୍ଚ ଜାରିରଖିଛି । ଅନ୍ୟପଟେ ସୋସିଆଲ ମିଡିଆରେ ବିଭ୍ରାନ୍ତି କର ପୋଷ୍ଟ୍ କରିଥିବା ଅଭିଯୁକ୍ତକୁ ପୋଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି । ଏହାସହ ପୋଲିସକୁ ଆକ୍ରମଣ, ମାଜିଷ୍ଟ୍ରେଟ୍‌ଙ୍କ  ଗାଡ଼ି ଭାଙ୍ଗିବା ଘଟଣାକୁ ନେଇ ୭ଜଣଙ୍କୁ ପୋଲିସ ଗିରଫ କରିଥିବା ଭଦ୍ରକ ଏସପି ସୂଚନା ଦେଇଛନ୍ତି ।

Advertisement

ଯେପରି କୌଣସି ପ୍ରକାର ଅପ୍ରିତିକର ଘଟଣା ନଘଟିବା ପାଇଁ ଭଦ୍ରକ ସହରର ପୁରୁଣା ବଜାର ଅଞ୍ଚଳରେ ୧୨ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୧୨୧ ସଦସ୍ୟ ବିଶିଷ୍ଟ ଗୋଟିଏ କମ୍ପାନୀ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ଧାମନଗର ଓ ଦୋବଲରେ ୬ ପ୍ଲାଟୁନ ପୋଲିସ ଫୋର୍ସ ଓ ଗୋଟିଏ କମ୍ପାନୀ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *