ଆଜି ବସିବ ମୋଦି ୩.୦ ସରକାରର ପ୍ରଥମ କ୍ୟାବିନେଟ୍ ବୈଠକ!
1 min readମୋଦି ସରକାରଙ୍କର ତୃତୀୟ ପାଳିରେ ପ୍ରଥମ କ୍ୟାବିନେଟ ବୈଠକ ଆଜି ହୋଇପାରେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ତୃତୀୟ ପାଳି ସରକାରର ପ୍ରଥମ କ୍ୟାବିନେଟ ବୈଠକ ବସିପାରେ |
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ସନ୍ଧ୍ୟା ୫ଟାରେ ହୋଇପାରେ କ୍ୟାବିନେଟ ବୈଠକ | ସେଠାରେ ୧00 ଦିନର କାର୍ଯ୍ୟ ଖସଡ଼ା ଉପରେ ଆଲୋଚନା ସମ୍ଭବ ହୋଇପାରେ | ତେବେ ଆଜି ହେବାକୁ ଯାଉଥିବା ବୈଠକରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇପାରେ ବୋଲି ସୂଚନା ମିଳୁଛି | ବିକଶିତ ଭାରତ ମିଶନ ତଥା ମୋଦି ଗ୍ୟାରେଣ୍ଟିକୁ ନଜରରେ ରଖି ମନ୍ତ୍ରୀଙ୍କୁ ବିଭାଗ ମିଳିପାରେ ବୋଲି ଆଲୋଚନା ହୋଇଛି।
ସୂଚନା ଅନୁଯାୟୀ,ମୋଦୀଙ୍କ ସହ ୭୧ ସାଂସଦ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ୭୧ ମନ୍ତ୍ରୀଙ୍କ ମଧ୍ୟରୁ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ୫ ଜଣ ସ୍ୱାଧୀନ ଚାର୍ଜ ଏବଂ ୩୬ ଜଣ ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ସେଥିମଧ୍ୟରୁ ୨୭ ଜଣ OBCର ହୋଇଥିବାବେଳେ ୧୦ଜଣ ଏସସି ବର୍ଗରୁ ହୋଇଛନ୍ତି | ଏହା ସହିତ ମୋଦୀ କ୍ୟାବିନେଟରେ ୧୮ ଜଣ ବରିଷ୍ଠ ନେତାଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି । ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ମୋଦୀ ସରକାରରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏହା ସହିତ ଏନଡିଏ ସହଯୋଗୀମାନଙ୍କର ବହୁ ବରିଷ୍ଠ ନେତାଙ୍କୁ ମଧ୍ୟ ମନ୍ତ୍ରୀ କରାଯାଇଛି। ଏହି ନିର୍ବାଚନରେ ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ନାହିଁ, ତଥାପି ଏହାର ନେତୃତ୍ୱାଧୀନ ଏନଡିଏ ମିଳିତ ଦଳ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିବାରେ ସଫଳ ହୋଇଛନ୍ତି।